Sat. Sep 26th, 2026
216 Views

ପୁରୀ : ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ମନ୍ଦିରରେ ଗତକାଲି ରାତିରେ କେହି କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୁପା ମୁକୁଟ ସହ ଅଳଙ୍କାର ଲୁଟି ନେଇଛନ୍ତି। ଏହାସହ ହୁଣ୍ଡି ଭାଙ୍ଗି ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଘଟଣା ଜଣାପଡ଼ିଥିଲା। ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ମନ୍ଦିରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post