Thu. Jul 23rd, 2026
444 Views

ହିତାଧିକାରୀମାନଙ୍କର ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ସଂପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀମାନଙ୍କର ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ପଞ୍ଚାୟତ ସ୍ତରରେ ଅଗଷ୍ଟ ୨୭ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହାର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ ଗୁରୁବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛିା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଯାଞ୍ଚ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥଲେ, ଯେପରି କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ନପଡ଼ନ୍ତି ଏବଂ ଯୋଗ୍ୟ ହେଉ ନଥବା ହିତାଧିକାରୀ ଏହି ତାଲିକାରୁ ବାଦ ପଡ଼ନ୍ତିା

କାଳିଆ ଯୋଜନାରେ ୫୧,୦୫,୨୯୦ ଜଣ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥବାବେଳେ ଅଦ୍ୟାବଧି ୭୨ ପ୍ରତିଶତ ହିତାଧିକାରୀ ତାଲିକା ଯାଞ୍ଚ କରାଯାଇଛିା ପ୍ରାୟ ୩୬,୮୮,୦୦୦ ହିତାଧିକାରୀଙ୍କର ଯାଞ୍ଚ କାର୍ଯ୍ୟ ସରିଛିା ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ ସ୍ତରରେ ଓ ୩୧ତାରିଖରେ ଜିଲ୍ଲାସ୍ତରରେ ଏହାକୁ ଚୂଡ଼ାନ୍ତ କରାଯାଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ତାଲିକା ପଠାଯିବା ସମସ୍ତ ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ସେହିପରି କାଳିଆ ଯୋଜନାରେ କାଳିଆ ଛାତ୍ରବୃତ୍ତି ପ୍ରଦାନ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥଲାା ଏହି ଯୋଜନାରେ ୧୯,୨୪୭ ଜଣ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିଛନ୍ତିା ଅନ୍‌ଲାଇନ୍‌ରେ କରାଯାଇଥବା ଏହି ଆବେଦନଗୁଡ଼ିକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଓ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯାଇ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥଲୋ

By amfnews

Related Post