Thu. Sep 24th, 2026
320 Views

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। କେନ୍ଦ୍ର ଓଡ଼ିଶାରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପାମତ୍ରା ହ୍ରାସ ପାଇବ। ସେହିପରି ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନ ମୋହନ ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଗତକାଲି ଅପେକ୍ଷା ଆଜି କେତେକ ସ୍ଥାନରେ ଏକରୁ ଦୁଇ ଡିଗ୍ରୀ ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ହାଲ୍‌କା ଶୀତ ଅନୁଭୂତ ହୋଇଛି। ହେଲେ ଆସନ୍ତାକାଲିଠୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଶୀତ ବଢ଼ିବ। ଏଥିସହ ଆସନ୍ତାକାଲି ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା, କେନ୍ଦୁଝର, ଜଗତସିଂହପୁର, ସମ୍ୱଲପୁର, ଅନୁଗୋଳ ଓ ବଲାଙ୍ଗିର ଜିଲ୍ଲାରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।”

By amfnews

Related Post