Thu. May 14th, 2026

କାଲକାଟା ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ , ତିନି ମାସରେ ଏହା ଚତୁର୍ଥ ଘଟଣା

242 Views

କୋଲକାତା, ଡିସେମ୍ବର ୩୧ : ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ କଲକତା ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଆଜି ଭୋର ପ୍ରାୟ ୪ ଟା ସମୟରେ ନିଆଁ ଲାଗିଥିବା ଜଣାଯାଇଛି। ଗତ ତିନି ମାସ ମଧ୍ୟରେ ରାଜ୍ୟରେ ଏଭଳି ଚତୁର୍ଥ ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳି ନାହିଁ।
ମେଡିକାଲ କଲେଜରେ ହେମାଟୋଲୋଜି ବିଭାଗରେଥିବା ରେଫ୍ରିଜେରେଟରରେ ଇଲେକ୍‌ଟ୍ରିକ୍‌ ସର୍ଟ ସର୍କିଟ୍‌ ହେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ତେବେ କୌଣସି ରୋଗୀଙ୍କୁ ଏଥିପାଇଁ ସ୍ଥାନାନ୍ତରଣ କରିବାର ଆବଶ୍ୟକତା ପଡ଼ି ନ ଥିବାର ସୂଚନା ମିଳିଛି। ଅପରପକ୍ଷରେ ହେମାଟୋଲୋଜି ବିଭାଗର ଯେଉଁ ଲାବୋରାଟୋରିରେ ଏହି ନିଆଁ ଲାଗିଥିଲା,ତାହା ଏକ ସପ୍ତାହ ପାଇଁ କାର୍ଯ୍ୟ କରିବ ନାହିଁ ବୋଲି ମେଡିକାଲ କଲେଜ୍‌ ପକ୍ଷରୁ କୁହାଯାଇଛି। ଅଗ୍ନିଶମ ବିଭାଗ ଡିଜି ଜଗମୋହନ କହିଛନ୍ତି ଯେ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଦିନ ରୋଗୀମାନଙ୍କର ରକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

By amfnews

Related Post