Mon. Aug 24th, 2026

କାର ଡ଼ିକିରୁ ମିଳିଲା ୬୨ କିଲୋ ଗଞ୍ଜେଇ , ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର୍

338 Views

ଜଳେଶ୍ବର,ଡିସେମ୍ବର 25 : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସି ଯାଇଥିଲା କାର । ଯାହାର ଖବର ପାଇ ସ୍ଥାନୀୟ ଲୋକେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥାନାକୁ ଖବର ଦେଇଥିଲେ ।

ପରେ ଅଧିକାରୀ ମାନେ ଆସି ଘଟଣା ସ୍ଥଳରୁ କାରକୁ ଉଠାଇବା ପରେ କାରର ପଛପଟ ଡିକିରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ କାର ଡ଼୍ରାଇଭର ଏହା ଜାଣିପାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା 

ତେବେ ସକାଳ ସମୟରେ ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ଏବଂ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ପହଞ୍ଚି ମାରୁତି କାରରୁ ୬୨ କିଲୋ ୭୫୦ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏ ଗାଡିଟି ପଶ୍ଚିମବଙ୍ଗର ମୁର୍ସିଦାବାଦ ଆରଟିଓ ଅଫିସରୁ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡିରେ କୌଣସି ନମ୍ବର ପ୍ଲେଟ୍ ନଥିବା ଜଣାପଡିଥିଲା ।

By amfnews

Related Post