Wed. Jul 1st, 2026

କାର୍ଯ୍ୟରତ କନେଷ୍ଟବଳଙ୍କୁ ହତ୍ୟା ଅଭିଯୋଗ : ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ଲୋକ ତାତିଲେ

221 Views

ରାଇରଙ୍ଗପୁର/ତିରି˚, ଜାନୁୟାରୀ ୦୩  : ଗତବର୍ଷ ଡିସେମ୍ବର ୨୮ ତାରିଖରେ ମୟୂରଭ˚ଜ ଜିଲ୍ଲା ତିରି˚ ଥାନାରେ କାର୍ଯ୍ୟରତ କନେଷ୍ଟବଳ ସୁରେଶ ଚନ୍ଦ୍ର ମହାନ୍ତଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ଆଜି ଉଗ୍ରରୂପ ଧାରଣ କରିଛି। ଉତ୍ତ୍ୟକ୍ତ ପରିବାର ଲୋକଙ୍କ ସମେତ ଶତାଧିକ ବ୍ୟକ୍ତି ନ୍ୟାୟ ଦାବିରେ ରାଇରଙ୍ଗପୁର-ଟାଟା ୨୨୦ ନ˚ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ସ୍ବାମୀ ସୁରେଶଙ୍କୁ ହତ୍ୟା କରାଯାଇଥିବା ପତ୍ନୀ ମାଲାବତୀ ଏତଲା ଦେବା ପରେ ମଧ୍ୟ ପୁଲିସ ଏଯାଏ କାହାରିକୁ ଗିରଫ କରିନାହିଁ। ଏପରି ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଆଜି ତିରିଂ ଥାନା ଘେରଉ କରିଥିଲେ।
ଘଟଣାରୁ ପ୍ରକାଶ, ଅଭିଯୁକ୍ତକୁ ଗିରଫ କରିବା ଦାବିରେ ପରିବାର ଲୋକେ ତିରି˚ ଥାନାରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ସେମାନେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଅପରାହ୍ନ ଅଢ଼େଇଟାରୁ ପରିବାର ଓ ସ˚ପର୍କୀୟଙ୍କୁ ନେଇ ଶତାଧିକ ଲୋକେ ତିରି˚ ଥାନା ସମ୍ମୁଖସ୍ଥ ରାଜରାସ୍ତାକୁ ଅବରୋଧ କରିଥିଲେ। ରାଇରଙ୍ଗପୁର ଏସ୍‌ଡିପିଓ ଅମୂଲ୍ୟ କୁମାର ଧର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ତାଙ୍କ ଆଶ୍ବାସନାରେ ମୃତ କନେଷ୍ଟବଳଙ୍କ ପରିବାରବର୍ଗ ଆଶ୍ବସ୍ତି ହୋଇ ନଥିଲେ। ଟାୟାର ଜାଳି ରାସ୍ତା ଅବରୋଧକୁ ଜାରି ରଖିଥିଲେ। ପରିବାର ଲୋକଙ୍କ ମଧୢରେ ପରେଶ ଚନ୍ଦ୍ର ମହାନ୍ତ, ପର୍ଶୁରାମ ମହାନ୍ତ, ରାଜୁ ମହାନ୍ତ, ବିଉଟି ମହାନ୍ତ, ଫୁଲେଶ୍ବର ମହାନ୍ତ ପ୍ରମୁଖ ବସି ରହିଥିଲେ। ଖବରଲେଖା ହେବା ବେଳକୁ ଆନ୍ଦୋଳନ ଜାରି ରହିଥିଲା।
ସୂଚନାଯୋଗ୍ୟ, ମୃତ କନେଷ୍ଟବଳ ସୁରେଶଙ୍କ ପତ୍ନୀ ମାଲାବତୀ ମହାନ୍ତଙ୍କ କହିବା ଅନୁଯାୟୀ ଗତ ୨୮ ତାରିଖ ସ˚ଧୢା ପ୍ରାୟ ସାଢ଼େ ୭ଟାରୁ ସାଢ଼େ ୮ଟା ମଧୢରେ କାର୍ଯ୍ୟରତ ଥିବା ତାଙ୍କ ସ୍ବାମୀଙ୍କୁ ସହକର୍ମୀ କନେଷ୍ଟବଳ ବୀରେନ୍ଦ୍ର ନାଥ ମହାନ୍ତ ହତ୍ୟା କରିଥିଲେ। ବୀରେନ୍ଦ୍ର ଉତ୍ୟକ୍ତ ହୋଇ ସୁରେଶଙ୍କ ଗୁପ୍ତାଙ୍ଗରେ ବାରମ୍ବାର ଗୋଇଠା ମାରିଥିଲେ। ଘଟଣାସ୍ଥଳରେ ସୁରେଶ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ବୀରେନ୍ଦ୍ର ଡାକ୍ତରଖାନାକୁ ନେଇଥିଲେ। ଏହି ଘଟଣାକୁ ଥାନା ବାହାରେ ବହୁ ଲୋକ ଦେଖିଥିବା ଶ୍ରୀମତୀ ମହାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏହି ଘଟଣା ପାଇଁ ମୟୂରଭଞ୍ଜ ପୁଲିସକୁ ଚାପରେ ପକାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

By amfnews

Related Post