Mon. Sep 14th, 2026

କାମାକ୍ଷାନଗର:ଖେଳୁଥିବା ବେଳେ ବିଦ୍ୟୁତ ତାରକୁ ଧରିଦେବାରୁ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ

354 Views

କାମାକ୍ଷାନଗର  :   ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଖତେଇବେରେଣି ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ଘରେ ଖେଳୁଥିବା ବେଳେ ଜଣେ ଦୁଇବର୍ଷର ଶିଶୁପୁତ୍ର ଭୁଲକ୍ରମେ ବିଦ୍ୟୁତ ତାରକୁ ଛୁଇଁ ଦେବାରୁ ଶିଶୁପୁତ୍ରଟିର ମୃତ୍ୟୁ ଘଟିଛି। ଏହାକୁ ନେଇ କାମାକ୍ଷାନଗର ଡାକ୍ତରଖାନାରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ସମଗ୍ର ଡାକ୍ତରଖାନା ପରିବେଶ ଫାଟିି ପଡ଼ିଛି। କେହି କାହାକୁ ଶାନ୍ଵନାଦେବା ଅବସ୍ଥାରେ ନାହାଁନ୍ତି । ଶିଶୁପୁତ୍ରଟିର ନିଶ୍ଚଳ ମୃତଦେହକୁ ଦେଖି ଡାକ୍ତରଖାନାକୁ ଆସିଥିବା ଅନ୍ୟ ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଦୁଃଖରେ ଅଭିଭୂତ ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଖତେଇବେରେଣି ଗାଁର ଭରତ ବିଶ୍ୱାଳଙ୍କ ୨ ବର୍ଷର ପୁଅ ରଜତ ବିଶ୍ୱାଳ ଘର ଖେଳୁଥିବାବେଳେ ହାତପାଆନ୍ତାରେ ଥିବା ଏକବିଦ୍ୟୁତ ତାରକୁ ଛୁଇଁ ଦେଇଥିଲେ। ବିଦ୍ୟୁତ ଝଟକା ଖାଇ ରଜତ ପଡ଼ିଯିବା ଦେଖି ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଧରି କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ଆସିଥିଲେ। ମାତ୍ର ସେଠାରେ ପହଞ୍ଚିିବା ପୂର୍ବରୁ ରଜତଙ୍କର ମୃତ୍ୟ ଘଟି ସାରିଥିଲା। ଡାକ୍ତର ଅନନ୍ତଚରଣ ବେସ୍ରା ରଜତଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ କାନ୍ଦିକାନ୍ଦିି ତଳେ ଲୋଟି ପଡ଼ିଥିଲେ।

By amfnews

Related Post