Fri. Jul 24th, 2026

କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

338 Views

କଟକ : ନିଜ ପତ୍ନୀ ଓ ପୁଅ ସମ୍ମୁଖରେ କାଠଯୋଡ଼ି ପୋଲରୁ ଡେଇଁ  ଗତ ୯ ତାରିଖରୁ ନିଖୋଜ ଥିବା  ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଗୋବିନ୍ଦପୁର ଥାନା ଦେବୀ ନଦୀର ରହମ୍ବା ନିକଟରୁ ମୃତଦେହ ମିଳିଛି। ଏହା ଦେବବ୍ରତଙ୍କ ମୃତଦେହ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି  ସ୍ପଷ୍ଟ କରିଛନ୍ତି।

ନିଆଳି କରଞ୍ଜ ଗାଁର ଦେବବ୍ରତ ଗତ ୯ ତାରିଖରେ ନିଜ ପତ୍ନୀ, ପୁଅ ସହ ବାଇକ୍‌ରେ ଯାଉଥିଲେ। ହଠାତ୍‌ ସେ ନିଜ ବାଇକ୍‌କୁ କାଠଯୋଡ଼ି ପୋଲ ଉପରେ ରଖି ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଉଛୁଳା ନଈକୁ ଡେଇଁ ପଡ଼ିଥିଲେ।  ନିଜ ଆଖି ସାମ୍ନାରେ ଏପରି ଘଟଣା ଦେଖି ହତବାକ୍‌ ହୋଇ ଯାଇଥିବା ପତ୍ନୀ ମଧ୍ୟ ନିଜ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ। ଖବର ପାଇ ସଦର ଥାନା ପୁଲିସ୍‌, ଓଡ୍ରାଫ୍ ଟିମ୍, ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ ବି ତାଙ୍କ ପତ୍ତା ପାଇପାରି ନ ଥିଲେ।

By amfnews

Related Post