Fri. Apr 24th, 2026

କାଉଡ଼ିଆ ଯାତ୍ରା ସମୟରେ ଡିଜେ ବାଜଣା ଚଳିବ, କିନ୍ତୁ ସିନେମା ଗୀତ ନୁହେଁ: ଯୋଗୀ ଆଦିତ୍ୟନାଥ

152 Views

ଲକ୍ଷ୍ନୌ : ବୁଧବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସମଗ୍ର ରାଜ୍ୟରେ ଜୁଲାଇ ୧୭ ତାରିଖରୁ ଆରମ୍ଭ ହେଉଥିବା କାଉଡ଼ିଆ ଯାତ୍ରା ସମୟରେ ଡିଜେ ବାଜଣା ଉପରେ ନିଷେଧାଦେଶ ଲାଗୁ ହେବ ନାହିଁ। କିନ୍ତୁ ସେ କହିଛନ୍ତି ଯେ ଯାତ୍ରା ସମୟରେ କାଉଡ଼ିଆମାନେ କେବଳ ଭଜନ ବଜାଇବେ, ସିନେମା ସଙ୍ଗୀତ ନୁହେଁ।

ଭକ୍ତମାନଙ୍କ ଉପରକୁ ହେଲିକପ୍ଟର୍‌ ଯୋଗେ ପୁଷ୍ପବୃଷ୍ଟି କରାଇବାକୁ ଓ ଜନଗହଳି ଅଞ୍ଚଳରେ ଦୃଷ୍ଟି ରଖିବାକୁ ମଧ୍ୟ ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। କାଉଡ଼ିଆ ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରି ଯୋଗୀ ଉପଯୁକ୍ତ ନିରାପତ୍ତା ଓ ସୁରକ୍ଷା ସମ୍ପର୍କରେ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ବ୍ୟବସ୍ଥାକୁ ସୁଗମ କରି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସମସ୍ତ ଜିଲ୍ଲା ଓ ଡିଭିଜନ୍‌ରେ ବିଭାଗ ବିଭାଗ ମଧ୍ୟରେ ବୈଠକ କରାଇବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଯାତ୍ରା ସମୟରେ ଭକ୍ତମାନଙ୍କ ସହ ଉତ୍ତମ ବ୍ୟବହାର କରିବାକୁ ଓ ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ ପୁଲିସମାନଙ୍କୁ କାଉସେଲିଙ୍ଗ୍‌ ଦେବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛନ୍ତି।

By amfnews

Related Post