Mon. Sep 21st, 2026

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉଛି ସହିଦ ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି: ଅମିତ ଶାହା

241 Views

ଅହମଦାବାଦ: ସୋମବାର ଦିନ ଗୃହମନ୍ତ୍ରୀ ଅମିତ ଶାହା କହିଲେ ଯେ ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଏବଂ ଧାରା ୩୭୦ ଉଚ୍ଛେଦ ହେଉଛି ସୀମାନ୍ତରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି।

ଅହମଦାବାଦ ଠାରେ ରେପିଡ୍‌ ଆକ୍‌ସନ୍‌ ଫୋର୍ସଙ୍କର ଏକ କାର୍ଯ୍ୟକ୍ରମରେ ଅମିତ ଶାହା କହିଲେ, ଧାରା ୩୭୦ ଉଚ୍ଛେଦ କରି ଆମ ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା କରିବା ବେଳେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏ ଦେଶରେ ଆଉ କୌଣସି ଯବାନ ସହିଦ ନ ହେବା ନିମନ୍ତେ ଏହା କରାଯାଇଛି।ଅହମଦାବାଦ ଠାରେ ରେପିଡ୍‌ ଆକ୍‌ସନ୍‌ ଫୋର୍ସର ୨୭ତମ ରାଇଜିଙ୍ଗ୍‌ ଡେ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଏ କଥା କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଆହୁରି ମଧ୍ୟ କହିଲେ ଯେ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ନିରାପତ୍ତା ବଳଙ୍କ ପ୍ରତି ଏ ଭଳି ଶ୍ରଦ୍ଧାଞ୍ଜଳି କେହି ଦେଇ ନ ଥିଲେ କେମିତି?

ଦ୍ୱିତୀୟ ବାର ବିପୁଳ ଜନସମର୍ଥନ ପାଇବା ପରେ ଆମେ ନିଶ୍ଚିତ ହେଲୁ ଯେ ଦେଶ ପାଇଁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ।

ଏଥିଯୋଗୁଁ ଏବେ କଶ୍ମୀର ବିକାଶର ନୂତନ ପଥରେ ଅଗ୍ରସର ହେବ। ଯଦି କେହି କଶ୍ମୀରରେ କୌଣସି ଗୋଳମାଳ କରିବା ଚେଷ୍ଟା କରେ, ମନେରଖ ଆମ ସେନାବାହିନୀ ସଜାଗ ରହିଛି।

By amfnews

Related Post