Sat. Jul 4th, 2026

କଶ୍ମୀରକୁ ନେଇ ପାକିସ୍ତାନ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ ହୋଇପାରିଲା ନାହିଁ, ଇମ୍ରାନଙ୍କ ଅନୁପସ୍ଥିତିକୁ ବିରୋଧ

170 Views

ଇସ୍ଲାମାବାଦ  : ଭାରତ ଗତକାଲି ଧାରା-୩୭୦କୁ ରଦ୍ଦ କରିବା ପରେ ପାକିସ୍ତାନରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା ଲାଗି ଆଜି ପାକିସ୍ତାନ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ ବୈଠକ ଆହ୍ଵାନ କରାଯାଇଥିଲା। ମାତ୍ର ଏହି ବୈଠକରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନୁପସ୍ଥିତ ଥିବାରୁ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ପରିସ୍ଥିତି ଅଶାନ୍ତ ହେବା ଦେଖି ବାଚସ୍ପତି ନିଜ ଆସନ ଛାଡ଼ି ଚାଲିଯାଇଥିଲେ। ଫଳରେ ପାକିସ୍ତାନ ପାର୍ଲାମେଣ୍ଟରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ଆଗରୁ ବନ୍ଦ ହୋଇଯାଇଛି।

By amfnews

Related Post