Sat. Aug 15th, 2026

କଳା ପଲସ୍‌ର ଲୁଟେରା ଆତଙ୍କ, ସ୍କୁଟି ଅଟକାଇ ଛିଡ଼ାଇ ନେଲେ ସୁନା ଚେନ୍

368 Views

କଟକ : ମିଶନ ରୋଡ୍‌ ଷ୍ଟିଵାର୍ଟ ସାଇନ୍ସ କଲେଜ ସାମ୍‌ନାରେ ଆଜି କଳା ପଲସରରେ ଆସି ଲୁଟେରା ଆତଙ୍କ ସୃଷ୍ଟି କରିଛନ୍ତି। ଦୁଇ ଜଣେ ଦୁର୍ବୃତ୍ତ ପଲସରରେ ଆସି ଜଣେ ମହିଳାଙ୍କ ଅଢେ଼ଇ ଭରି ଓଜନର ସୁନା ଚେନ୍‌ ଛିଡ଼ାଇ ନେଇଛନ୍ତି। ଏ ସ˚କ୍ରାନ୍ତରେ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ବକ୍ସିବଜାର ଧୋବି ଲେନ୍‌ ଅଞ୍ଚଳର ବିନୟ କୁମାର ପଣ୍ତା, ପତ୍ନୀ ଦୁର୍ଗେଶ ନନ୍ଦିନୀ ପଣ୍ତା ଏବ˚ ପୁଅଙ୍କୁ ଏକ ସ୍କୁଟିରେ ବସାଇ ଷ୍ଟିଵାର୍ଟ ସାଇନ୍ସ କଲେଜ୍‌ ରାସ୍ତାରେ ଆଜି ସଂଧ୍ୟା ପ୍ରାୟ ୭ଟା ୩୦ ବେଳକୁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଧମକ ଦେଇ ଅଟକାଇବା ସହ ଚେନ୍‌ ଛିଡ଼ାଇ ନେଇ କଳା ବିକାଶ କେନ୍ଦ୍ର ରାସ୍ତା ଆଡ଼କୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଦ୍ରୁତ ଗତି ଖସିଯିବାରୁ ତାଙ୍କ ପିଛା କରିବା ସମ୍ଭବପର ହୋଇପାରିଲା ନାହିଁ। ଲୁଟ୍‌ ହୋଇଥିବା ଅଢେ଼ଇ ଭରି ଚେନ୍‌ର ମୂଲ୍ୟ ପ୍ରାୟ ୯୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏ ସ˚କ୍ରାନ୍ତରେ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post