Thu. Jul 2nd, 2026

କଲେଜ ଯିବା ପାଇଁ ରାସ୍ତା କଡ଼ରେ ବର୍ଷାରେ ଓଦା ହୋଇ ଠିଆ ହୋଇଥିବା ୪ଜଣ ଯୁବତୀଙ୍କୁ ଦେଖି ୧୯ଲକ୍ଷ ଟଙ୍କାର ବସ୍‌ କିଣିଥିଲେ ଦମ୍ପତି, ଜାଣନ୍ତୁ ଘଟଣା ପଛର କାରଣ…

376 Views

କାରଣ ଜଣାଇବାକୁ ଯାଇ, ଯାତ୍ରୀବାହୀ ବସ୍‌ ପାଖକୁ ଆସିବା ପାଇଁ ଆମକୁ ପ୍ରତିଦିନ ମାଟି ରାସ୍ତା ଦେଇ ୩ରୁ ୬କିଲୋମିଟର ଚାଲିବାକୁ ପଡ଼ିଥାଏ । ବସ୍‌ରେ ବସିବା ପରେ ସେଥିରେ ଯାତ୍ରା କରୁଥିବା ଯୁବକମାନେ ଆମମାନଙ୍କ ସହ ଅସଦାଚରଣ କରିଥାନ୍ତି । ଯାହା ପାଇଁ ସବୁଦିନ କଲେଜ ଯିବା ସମ୍ଭବ ହୋଇ ପାରିନାହିଁ ବୋଲି ୪ଜଣ ଯୁବତୀ ଦମ୍ପତିଙ୍କୁ ଜଣାଇଥିଲେ । ଘରେ ପହଞ୍ଚିବା ପରେ ତାରାବତୀ ରାମେଶ୍ୱରଙ୍କୁ ଆମେ କିଛି କରି ପାରିବା କି ବୋଲି ପଚାରିଥିଲେ ? ଯାହାର ଉତ୍ତର ରଖି ଯଦି ଆମର ଝିଅ ହୋଇଥାନ୍ତା, ତେବେ ଆମେ ତାକୁ ପାଳି ବଡ଼ କରି ବିବାହ କରିଥିଲେ କେତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ପଚାରିଲେ ରାମେଶ୍ୱର ?  ଯାହାର ଉତ୍ତରରେ ୨୦ ଲକ୍ଷ ବୋଲି ତାରାବତୀ କହିଥିଲେ ।

ତାରାବବତୀଙ୍କ ଠାରୁ ଏହା ଶୁଣି ରାମେଶ୍ୱର କଲେଜ ଯାଉଥିବା ଯୁବତୀମାନଙ୍କ ପାଇଁ ଏକ ବସ୍‌ କିଣିବେ ବୋଲି ମନସ୍ଥ କରିଥିଲେ । ଏଥି ପାଇଁ ସେ ନିଜର ଜେନେରାଲ ପ୍ରୋଭିଡ଼େଣ୍ଟ ଫଣ୍ଡ(ଜିପିଏଫ୍‌)ରୁ ୧୭ଲକ୍ଷ ଟଙ୍କା ଉଠାଇବା ସହ ବ୍ୟାଙ୍କରେ ଜମାଥିବା ୨ଲକ୍ଷ ଟଙ୍କା ମିଶାଇ ଏକ ବସ୍‌ କିଣିଥିଲେ । ଏହି ବସ୍‌ ଛୁରୀରୁ ଯାଉଥିବା ସମସ୍ତ ଯୁବତୀଙ୍କୁ ମାଗଣାରେ କଲେଜ ଛାଡ଼ିବା ସହ କଲେଜରୁ ଆଣି ଘରେ ଛାଡ଼ିବା ଆରମ୍ଭ କରିଥିଲା ।

By amfnews

Related Post