Mon. Aug 3rd, 2026

କଲେଜରେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ, ଅଣଛାତ୍ର ଅଟକ

490 Views

ସମ୍ବଲପୁର,ଅଗଷ୍ଟ ୩୧:

 ସମ୍ବଲପୁର କୁଚିଣ୍ଡା ସ୍ଥିତ କୁନ୍ତରା ମହାବିଦ୍ୟାଳୟ ପରିସରରେ ଜଣେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଅଣଛାତ୍ର ବ୍ଲେଡ୍ ମାରିଥିବା ଅଭିଯୋଗ ହୋଇଛି। ବ୍ଲେଡ ମାଡରେ ଛାତ୍ରୀଙ୍କ ବେକରେ ଆଘାତ ଲାଗିବାରୁ ତାଙ୍କୁ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। କୁସୁମି ଫାଣ୍ଡି ଫୋଲିସ ଏହି ମାମଲାରେ ଜନୈକ ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ସଂପୃକ୍ତ ଅଣଛାତ୍ର ଜଣକ କଲେଜକୁ ଆସି ଛାତ୍ରୀଙ୍କୁ କଥା ହେବା ପାଇଁ ଡାକିଥିଲା। ଉଭୟ କିଛି ସମୟ କଥା ହେବା ପରେ ଛାତ୍ରଟି ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲା। ସେଠାରେ ଥିବା କଲେଜ ଛାତ୍ରଛାତ୍ରୀଙ୍କ ସହଯୋଗରେ ଛାତ୍ରୀଙ୍କୁ ପାଖ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଜଣାପଡ଼ନଥିବା ବେଳେ କସୁମି ଫାଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ କଲେଜରେ ଭୟର ବାତାବରଣ ଖେଳିଯାଇଛି।

By amfnews

Related Post