Mon. May 20th, 2024

କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ନବୀନଙ୍କ ସ୍ୱାସ୍ଥ୍ୟ ବୀମା ଭେଟି

By amfnews May 31, 2018 #Featured
128 Views

ଭୁବନେଶ୍ୱର: ରାଜ୍ୟ ସରକାର କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । ରାଜ୍ୟରେ ଥିବା କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା’ ନାମକ ଏକ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସ୍ୱାସ୍ଥ୍ୟ ବୀମା ଯୋଜନା ଜୁନ ପହିଲାରୁ ଲାଗୁହେବ । ଜଣେ କର୍ମଜୀବୀ ସାମ୍ବାଦିକ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇପାରିବେ । ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ ହଜାର ୨୩୩ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ । ସାମ୍ବାଦିକମାନେ ନିଜ ନିଜ ଜିଲ୍ଲାରେ ଥିବା ଜିଲ୍ଲା ସୂଚନା ଏବଂ ଜନସମ୍ପର୍କ ଅଧିକାରୀଙ୍କ ଠାରୁ ସେମାନଙ୍କର ବୀମା ପରିଚୟ ପତ୍ର ପାଇପାରିବେ । ସାମ୍ବାଦିକଙ୍କ ଛଡା ତାଙ୍କ ପରିବାରର ୫ ଜଣ ସଦସ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

By amfnews

Related Post