Thu. Jun 4th, 2026

କର୍ଣ୍ଣାଟକରେ ବସ୍‌-ଲରି ଧକ୍କା: ୬ ମୃତ, ୧୦ ଆହତ/ ନୋଏଡ଼ାରେ ସ୍କୁଲ୍‌ ବସ୍‌ ଦୁର୍ଘଟନା: ୧୨ ସ୍କୁଲ୍‌ ପିଲା ଆହତ

377 Views

ନୂଆଦିଲ୍ଲୀ, ନଭେମ୍ବର ୧୭: ଶନିବାର ପ୍ରତ୍ୟୁଷରେ କର୍ଣ୍ଣାଟକର ହୁବଲି ନିକଟ ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲରି ସହ ଗୋଟିଏ ବସ୍‌ ଧକ୍କା ଖାଇବାରୁ ଅନ୍ୟୂନ ୬ ଜଣଙ୍କର ମୃତ୍ୟୁ ଘଟିବା ସହ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ଶନିବାର ସକାଳେ ନୋଏଡ଼ା ଅନ୍ତର୍ଗତ ରଜନୀଗନ୍ଧା ଛକ ଅଣ୍ଡର୍‌ପାସ୍‌ ଠାରେ ଏକ ସ୍କୁଲ୍‌ ବସ୍‌ ଡିଭାଇଡର୍‌ରେ ଧକ୍କା ଖାଇବାକୁ ଅନ୍ୟୂନ ୧୩ ଜଣ ସ୍କୁଲ୍‌ ପିଲା ଆହତ ହୋଇଛନ୍ତି। ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟର୍‌ଙ୍କ ପରିସ୍ଥିତି ସଙ୍କଟଜନକ ବୋଲି କୁହାଯାଉଛି। ଆହତମାନଙ୍କୁ ପାଖରେ ଥିବା କୈଳାସ ହସ୍‌ପିଟାଲ୍‌କୁ ନିଆଯାଇଛି।

ଦୁର୍ଘଟନା ସମୟରେ ବସ୍‌ରେ ୩୦ରୁ ଅଧିକ ପିଲା ଥିଲେ। ସ୍କୁଲ୍‌ ବସ୍‌ଟି ନୋଏଡ଼ାସ୍ଥିତ ଏପିଜେ ସ୍କୁଲ୍‌ର।

By amfnews

Related Post