Sat. Apr 25th, 2026

କରୋନା ସହ ଲଢେଇ ପାଇଁ ରିଲିଫ ଫଣ୍ଡକୁ କୋଟି କୋଟି ଟଙ୍କା ଦେଲେ ଦକ୍ଷିଣୀ ଅଭିନେତା

241 Views

ହାଇଦ୍ରାବାଦ : ଫିଲ୍ମରେ ସେମାନେ ଅଭିନୟ କରନ୍ତି, ଦର୍ଶକଙ୍କ ପ୍ରଶଂସା ସାଉଁଟନ୍ତି | ଆଉ ଯେତେବେଳେ ଦର୍ଶକଙ୍କ ପାଇଁ ଫିଲ୍ମ ହିଟ ହୁଏ, ସେତେବେଳେ କେମିତି ଭୁଲିବେ ଦର୍ଶକ ଓ ଦେଶର ଅବଦାନ | ଠିକ ସେଥିପାଇଁ ସାଉଥ ସୁପରଷ୍ଟାରମାନେ କରୋନା ଲଢେଇରେ ନିଜକୁ ସାମିଲ କରି ଉଭୟ ପ୍ରଧାନମନ୍ତ୍ରୀ ଓ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି କୋଟି କୋଟି ଟଙ୍କା |

ଏହି କ୍ରମରେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ କରୋନା ସହ ଲଢ଼ିବା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି। ପୱନ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୧ କୋଟି ଏବଂ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି | ସେହିପରି ଦକ୍ଷିଣୀ ଅଭିନେତା ରାମ ଚରଣ ମଧ୍ୟ ୭୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ସାଉଥ ସ୍ପାଇଡର ମହେଶ ବାବୁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ୧ କୋଟି ଟଙ୍କା ଲେଖାଏଁ ଦେଇଛନ୍ତି | ଚିରଞ୍ଜିବୀ ୧ କୋଟି ଓ ନିତିନ ୨୦ ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତି | ସେହିପରି ହାସ୍ୟ ଅଭିନେତା କପିଲ ଶର୍ମା ଏହି ଯୁଦ୍ଧରେ ନିଜର ସାହାଯ୍ୟର  ହାତ ବଢ଼ାଇ ୫୦ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏଥିସହିତ ହ୍ରିତିକ ରୋଶନ ମଧ୍ୟ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

By amfnews

Related Post