Mon. Aug 17th, 2026

କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଜଣେ ଗିରଫ

280 Views

ରାୟଗଡ଼ା : ସୋଶାଲ୍ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ୍‌। ଅଭିଯୁକ୍ତଙ୍କ ନାଁ ସତ୍ୟନାରାୟଣ ସାମଲ। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।

ରାୟଗଡ଼ାରେ ଜଣେ କରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ସତ୍ୟନାରାୟଣ ସୋଶାଲ୍‌ ମିଡିଆରେ ମିଥ୍ୟା ପ୍ରଚାର କରି ଚାଲିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହେବା ପରେ ତାଙ୍କୁ ଗିରଫ କରିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପୁଲିସ୍‌ ।

ଏ ସଂକ୍ରାନ୍ତରେ ସତ୍ୟନାରାୟଣ କହିଛନ୍ତି, ଏହାକୁ ସେ ପ୍ରଥମେ ସୋଶାଲ ମିଡିଆରେ ପୋଷ୍ଟ କରି ନାହାନ୍ତି। ତାଙ୍କ ହ୍ୱାଟ୍ସ ଆପ୍‌କୁ ଏହି ମେସେଜ ଆସିଥିଲା। ଭବିଷ୍ୟତରେ କେହି ଏଥିରେ ଆକ୍ରାନ୍ତ ନ ହୁଅନ୍ତୁ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ସେ ଏହି ମେସେଜକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି।

By amfnews

Related Post