Mon. Sep 7th, 2026

କରୋନା ସଂକ୍ରମଣକୁ ଆଖିରେ ଆହାର କେନ୍ଦ୍ରଗୁଡ଼ିକ ସଂପର୍କରେ ନିର୍ଦେଶନାମା ଜାରି କରିଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ

222 Views

ଭୁବନେଶ୍ବର: କରୋନା ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆହାର କେନ୍ଦ୍ରଗୁଡ଼ିକ ସଂପର୍କରେ କେତେକ ନିର୍ଦେଶନାମା ଜାରି କରାଯାଇଛି। ତାହା ଅନୁଯାୟୀ, ଏବେ ଆହାର କେନ୍ଦ୍ରଗୁଡ଼ିକ ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ।

ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା ଆବଶ୍ୟକ ବୋଲି କୁହାଯାଇଛି। ଏହି କାର୍ଯ୍ୟକୁ ତଦାରଖ କରିବା ଲାଗି ଆହାର କେନ୍ଦ୍ରଗୁଡ଼ିକରେ ପୁଲିସ କର୍ମଚାରୀ ବା ହୋମଗାର୍ଡଙ୍କୁ ମୁତୟନ କରାଯିବ ବୋଲି ଏହି ନିର୍ଦେଶନାମାରେ କୁହାଯାଇଛି।
ଲୋକେ ଆହାର କେନ୍ଦ୍ରଗୁଡ଼ିକରେ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବା ଲାଗି ସେମାନଙ୍କ ଲାଗି ସାବୁନ୍ ବା ହ୍ୟାଣ୍ଡ ୱାସର ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ଠିକ୍ ସେହିପରି ଲୋକଙ୍କୁ ଆହାର କେନ୍ଦ୍ର ବାହାରେ ଖାଇବାକୁ ଉତ୍ସାହିତ କରାଯିବ। ଖାଲି ସେତିକି ନୁହେଁ, ବାହାରେ ଡଷ୍ଟବିନ୍ ରଖାଯିବାକୁ ବି କୁହାଯାଇଛି। ଅପରପକ୍ଷରେ, ଲୋକଙ୍କୁ କୁପନ ଲାଗି ବାକ୍ସରେ ଟଙ୍କା ପକାଇବାକୁ କୁହାଯିବ।

By amfnews

Related Post