Mon. May 20th, 2024

କରୋନା ଶେଷ ମହାମାରୀ ନୁହେଁ, ଆଗାମୀ ଦିନ ପାଇଁ ପ୍ରସ୍ତୁତ ରହିବାକୁ ହେବ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

By amfnews Sep 8, 2020 #Featured
166 Views

ଜେନିଭା, ସେପ୍ଟେମ୍ବର ୦୮ :  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଗେବ୍ରେୟସସ କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ଶେଷ ମହାମାରୀ ନୁହେଁ ଏବଂ ବିଶ୍ୱବ୍ୟାପୀ ଦେଶକୁ ଭବିଷ୍ୟତରେ ଆସିବାକୁ ଥିବା ସଂକଟକୁ ନେଇ ପ୍ରସ୍ତୁତ ରହିବାର ଅଛି । କେବଳ ସେତିକି ନୁହେଁ, କୌଣସି ବି ସମସ୍ୟାରୁ ଆମକୁ ଓହରିବାକୁ ପଡ଼ିବ । ଏଥି ପାଇଁ ସ୍ୱାସ୍ଥ୍ୟ ସେବାରେ ସବୁ ଦେଶକୁ ପୁଂଜିନିବେଶ କରିବାକୁ ହେବ ।

ଗେବ୍ରେୟସସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ଶେଷ ମହାମାରୀ ନୁହେଁ । ଇତିହାସ ଆମକୁ ଶିକ୍ଷା ଦେଇଛି ଯେ, ମହାମାରୀ ଜୀବନର ଏକ ପ୍ରମୁଖ ଅଂଶବିଶେଷ । କିନ୍ତୁ ଆସନ୍ତା ଥର ମହାମାରୀ ଆସିବା ପୂର୍ବରୁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ସେ କହିଛନ୍ତି, ପ୍ରଯୁକ୍ତିବଦ୍ୟା ଅନେକ ଆଗକୁ ଯାଇଥିବା ପରେ ବି ନିଜର ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ସଠିକ ଦିଶାରେ ଧ୍ୟାନ ଦିଆଯାଇନାହିଁ । ଏଥି ପାଇଁ ଏବେ ସବୁ ଦେଶକୁ ସ୍ୱାସ୍ଥ୍ୟ ସେବା ପାଇଁ କାମ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାର୍ଚ୍ଚ ୧୧ରେ କରୋନା ଭାଇରସ ସଂକ୍ରମଣକୁ ମହାମାରୀ ଘୋଷଣା କରିଥିଲା । ସୋମବାର ଜାରି ହୋଇଥିବା ତଥ୍ୟ ଅନୁସାରେ ମହାମାରୀରେ ଏପର୍ଯ୍ୟନ୍ତ ୮ ଲକ୍ଷ ୯୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ କ୍ଷେତ୍ରରେ ଆମେରିକା ପରେ ଭାରତର ସ୍ଥାନ ଦ୍ୱିତୀୟ ରହିଛି ।

By amfnews

Related Post