Sat. Aug 15th, 2026

କରୋନା ଲାଗି ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି; ହେଉଛି ଭାଇରସ୍ ସ୍କ୍ରିନିଂ

330 Views

ଭୁବନେଶ୍ୱର  : ସମଗ୍ର ବିଶ୍ୱବାସୀ କରୋନା ଭାଇରସ୍‌ର ଭୟାବହତା ଦେଖି ଆତଙ୍କିତ ହୋଇ ପଡ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଭାରତରେ ‘କରୋନା’ ପ୍ରବେଶ କରିସାରିଥିବା ବେଳେ ରାଜ୍ୟରେ ଏପରି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରତିକାର ବ୍ୟବସ୍ଥା ସ୍ୱରୂପ ଭୁବନେଶ୍ୱର ବିମାନବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁଆଲାଲୁମ୍ପୁରରୁ ଆସିଥିବା ୬୦ ଜଣ ଯାତ୍ରୀଙ୍କଠାରେ କରୋନା ଭାଇରସ୍  ସ୍କ୍ରିନିଂ ହୋଇଛି । କ୍ୟାପିଟାଲ୍ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଯାଞ୍ଚ କରିଛନ୍ତି।

 

ଉଲ୍ଲେଖଯୋଗ୍ୟ ଯେ,  ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇସରେ ଭାରତ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଏହି ଭୂତାଣୁରେ ଏଯାଏ କେରଳରେ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାର ମୁକାବିଲା ପାଇଁ ଭାରତ ସରକାର  ପ୍ରସ୍ତୁତ ରହିଥିବା କହିଛନ୍ତି।

ଓଡ଼ିଶାରେ ଏବେ ସୁଦ୍ଧା ୫ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ଅବଶ୍ୟ ୪ଟି ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗତକାଲି ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜଣେ ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

By amfnews

Related Post