Tue. Sep 8th, 2026

କରୋନା ଭୟରେ ପତ୍ନୀଙ୍କୁ ବାଥରୁମରେ ବନ୍ଦ କଲେ ସ୍ୱାମୀ

265 Views

ଭିଲନିଉସ : କରୋନା ଆତଙ୍କ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି। କରୋନା ଭୟରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଦୀର୍ଘଦିନ ଧରି ବାଥରୁମରେ ବନ୍ଦ କରି ରଖିବା ଘଟଣା ସାମ୍ନାକୁ ଆସିଛି। ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଥରୁମରେ ବନ୍ଦ ଥିବା ମହିଳାଙ୍କୁ ଉଦ୍ଧାର କରିଛି।

ୟୁରୋପୀୟ ଦେଶ ଲିଥୁଆନିଆରେ ଏଭଳି ଘଟଣା ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ମହିଳା ଜଣଙ୍କ କରୋନା ଭାଇରସ ଆକ୍ରାନ୍ତଙ୍କ ଯୋଗାଯୋଗରେ ଆସିଥିବା ପରିବାର ଲୋକଙ୍କୁ କହିଥିଲେ। ଏହାପରେ ପରିବାର ଲୋକ ତାଙ୍କର ରକ୍ତ ନମୁନା ପରୀକ୍ଷା କରିବା ବଦଳରେ ମହିଳାଙ୍କୁ ବାଥରୁମରେ ଚାବି ପକାଇ ରଖି ଦେଇଥିଲେ।

ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଓ ୨ ପୁଅ ମଧ୍ୟ ସାମିଲ ରହିଥିଲେ। ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ହେଲେ ଏହି ରୋଗରେ ସେ ଆକ୍ରାନ୍ତ ନଥିବା ଜଣାପଡ଼ିଛି।

By amfnews

Related Post