Sat. May 11th, 2024

କରୋନା ନେଲା ୨୧ ଜଣ ଆକ୍ରାନ୍ତଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି

By amfnews May 15, 2021 #Featured
216 Views

ଭୁବନେଶ୍ବର, ମେ ୧୫ :

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ଦୈନିକ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ଅନୁଗୁଳ ଜିଲ୍ଲାରୁ ୩ଜଣ ରହିଥିବା ବେଳେ କଳାହାଣ୍ଡି ,କେନ୍ଦ୍ରାପଡ଼ା ,ପୁରୀ , ରାୟଗଡ଼ା, ସମ୍ବଲପୁର ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ବୌଦ୍ଧ , ଗଜପତି, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣ ଲେଖାଏଁ ରହିଛନ୍ତି ।

କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରୋଗୀମାନଙ୍କର ମୃତ୍ୟୁ ଘଟିଛି ।

By amfnews

Related Post