Fri. Sep 25th, 2026

କରୋନା ଟୀକା କୋଭାକ୍ସିନ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟକୁ ଅନୁମୋଦନ, 380 ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷା

314 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : କରୋନା ଜୀବାଣୁ ରୋକିବା ପାଇଁ ‘ଭାରତ ବାୟୋଟେକ୍’ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ‘କୋଭାକ୍ସିନ’ର ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟକୁ ଔଷଧ ନିୟନ୍ତ୍ରକ ଅନୁମୋଦନ କରିଛନ୍ତି। ସୂଚନାନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଟୀକା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାରୁ ସୋମବାରଠାରୁ ପରୀକ୍ଷଣ ଆରମ୍ଭ ହୋଇପାରେ ।

ଭାରତରେ ଏହି ବାୟୋଟେକ୍ ଟୀକା ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ସ୍ଥାନରେ ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସେପ୍ଟେମ୍ବର 3ରେ ଇଣ୍ଡିଆ ବାୟୋଟେକ୍ ଟୀକା ବିଷୟରେ ଏକ ଭିଡିଓ କନଫରେନ୍ସିଂ କରିଥିଲେ ଯେଉଁଥିରେ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ପଠାଇବାକୁ ସହମତି ପ୍ରକାଶ ପାଇଥିଲା।

ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ 380 ସ୍ବେଚ୍ଛାସେବୀଙ୍କ ଉପରେ ଏହି ଟୀକା ପରୀକ୍ଷା କରାଯିବ। ଟୀକାକରଣର ମାତ୍ରା ଦିଆଯିବା ପରେ ଆସନ୍ତା 4 ଦିନ ପାଇଁ ସମସ୍ତ ସ୍ବେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ବର୍ତ୍ତମାନ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ପଠାଇବା ପାଇଁ ଦ୍ରୁତ ପ୍ରସ୍ତୁତି ଚାଲିଛି।

By amfnews

Related Post