Sun. Oct 4th, 2026
335 Views

ଦିଲ୍ଲୀ,ଡିସେମ୍ବର 10 : କରୋନା ଟିକା କୁ ନେଇ ଦେଶ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିବା ବେଳେ ଅନେକ ଦେଶରେ ଏହାର ପରୀକ୍ଷଣ ଆରମ୍ଭ ହୋଇଯାଇଛି  ତେବେ ବ୍ରିଟେନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର ପ୍ରଥମ ଓଡ଼ିଆ ଭାବେ କରୋନା ଟିକା ନେଇଛନ୍ତି। ମଙ୍ଗଳବାରଠାରୁ ବ୍ରିଟେନରେ ଫାଇଜର ଟିକାକରଣ ଆରମ୍ଭ ହୋଇଥିବାବେଳେ ଡ. ମିଶ୍ରଙ୍କୁ ଏହି ଟିକା ଦିଆଯାଇଛି।

ଟିକା ନେବାପରେ ଭାବବିହ୍ବଳ ହୋଇ ସେ କହିଛନ୍ତି ଯେ, ତାଙ୍କ ମା’ ଭାରତରେ ରହୁଥିବାବେଳେ ସେ ୨/୩ ମାସକୁ ଥରେ ଘରକୁ ଆସନ୍ତି। କିନ୍ତୁ କରୋନା ଯୋଗୁ ସେ ୯ ମାସ ହେଲା ତାଙ୍କ ମା\’ଙ୍କୁ ଦେଖା କରିପାରିନାହାନ୍ତି। ତେବେ ଏହି ଟିକା ଫଳପ୍ରଦ ହେବ ବୋଲି ସେ ବେଶ୍ ଆଶାବାଦୀ। ଏଥିସହ କରୋନା ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀ, ବୈଜ୍ଞାନିକଙ୍କ ସମେତ ସମସ୍ତ ଆଗଧାଡ଼ିର ଯୋଦ୍ଧାଙ୍କୁ ସେ ସମ୍ମାନ ଜଣାଇଛନ୍ତି।

By amfnews

Related Post