Fri. Jul 3rd, 2026

କରୋନା ଆତଙ୍କ: ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

238 Views

ଭୁବନେଶ୍ୱର : ଦିନକୁ ଦିନ ଘାତକ ହେଉଥିବା ମାରାତ୍ମକ ‘କରୋନା’ ଭୂତାଣୁର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ‘କରୋନା’ ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କୁ ନିରୀକ୍ଷଣ କରାଯାଉଛି। ଏମାନେ ସମସ୍ତେ ‘କରୋନା’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ଆସିଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ଏଥିସହ ‘କରୋନା’ ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲପଲାଇନ୍ ନମ୍ବର ଜାରି କରାଯାଇଛି।  ଅନ୍ୟପକ୍ଷରେ ‘କରୋନା’ ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ପୁନେ ପଠାଯାଇଥିବା ୭ଜଣଙ୍କ ନମୂନା ନେଗେଟିଭ୍ ଆସିଛି। ଓଡ଼ିଶାର ସମସ୍ତ ସ୍କୁଲ୍‌କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ‘କରୋନା’ ସଂପର୍କରେ ସଚେତନ କରାଯାଉଛି।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ୮୦୩ ଜଣଙ୍କର ‘କରୋନା’ରେ ମୃତ୍ୟୁ ହୋଇସାରିଲାଣି। ତେବେ ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ କବାଟ ବନ୍ଦକରି ଘର ଭିତରେ ରହୁଛନ୍ତି। ଏ ପର୍ଯ୍ୟନ୍ତ ଚୀନରେ ୩୭ହଜାର ଲୋକେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

By amfnews

Related Post