Sun. Oct 4th, 2026

କରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ

379 Views

କାନପୁର,ନଭେମ୍ବର 28 : କରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ତଥା ଫତେହପୁର ଏମ୍‌ପି ସାଧ୍ୱୀ ନିରଞ୍ଜନ ଜ୍ୟୋତି । ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏଲ୍‌ଅଲ୍‌ଆର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଫୁସଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ତେବେ ତାଙ୍କ ସହିତ ଆସିଥିବା ସହାୟକଙ୍କ ନମୁନା ରିପୋର୍ଟ କରୋନା ନେଗେଟିଭ୍ ଆସିଛି। ତାଙ୍କୁ ନଭେମ୍ବର ୨୨ଠାରୁ ଜ୍ୱର ହୋଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ ଏଲପିଏସ୍ କାର୍ଡିଓଲୋଜି ଇଡ଼ଷ୍ଟିଚ୍ୟୁଟରେ ତାଙ୍କର ହାର୍ଟ ଯାଞ୍ଚ୍ ହୋଇଥିବା। ମାତ୍ର ସେଠାରେ ରିପୋର୍ଟ ସାମାନ୍ୟ ଆସିଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା।

By amfnews

Related Post