Sun. Sep 6th, 2026

କରୋନାରେ ଆକ୍ରାନ୍ତ ପୂର୍ବ ରେଳ ଡାକ୍ତରଖାନାର ଡାକ୍ତର

248 Views

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢେଇରେ ଯେଉଁ ଡାକ୍ତରମାନେ ଆଗ ଧାଡ଼ିରେ ରହି କାମ କରୁଥିଲେ, ଏବେ ସେମାନେ ମଧ୍ୟ ଏହାର କବଳରେ ଆସିବାରେ ଲାଗିଛନ୍ତି। ପୂର୍ବ ରେଳବାଇର ଏକ ଡାକ୍ତରଖାନାରେ କାମ କରୁଥିବା ଜଣେ ମହିଳା ଡାକ୍ତର କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏହି ଖବର ସାମ୍ନାକୁ ଆସିବା ପରେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିବା ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି। ଏଥି ସହିତ ଡାକ୍ତରଖାନାକୁ ପରିମଳ କରିବା ପାଇଁ କାର୍ଯ୍ୟ ଚାଲିଛି। ମହିଳା ଡାକ୍ତରଜଣଙ୍କ ସଂକ୍ରମିତ କିପରି ହେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Railway hospital doctor tests positive for COVID-19 in Kolkata

ପୂର୍ବାଞ୍ଚଳ ରେଳ ମୁଖପାତ୍ର ନିଖିଲ ଚକ୍ରବର୍ତ୍ତୀଙ୍କ ଅନୁଯାୟୀ, ପଶ୍ଚିମବଙ୍ଗର ପୂର୍ବ ରେଳବାଇର ବିଆର ସିଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତର ନିୟୋଜିତ ହୋଇଥିଲେ। ଏପ୍ରିଲ ୧୪ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଯାହା ପରେ ତାଙ୍କର କୋଭିଡ -୧୯ ପରୀକ୍ଷଣ କରାଯାଇଥିଲା। ବର୍ତ୍ତମାନ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏଥିସହିତ ତାଙ୍କ ସହ କାର୍ଯ୍ୟ କରୁଥିବା ୧୦ଜଣ ମେଡିକାଲ କର୍ମଚାରୀଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଥିବା ବେଳେ ମହିଳା ଡାକ୍ତରଙ୍କ ଘରେ ଉପସ୍ଥିତ ଚାରିଜଣ ସଦସ୍ୟଙ୍କ ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି। ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ବିଆର ସିଂ ହସ୍ପିଟାଲରେ ଚିକିତ୍ସିତ ହୋଇନାହାଁନ୍ତି। ଏଭଳି ପରିସ୍ଥିତିରେ ଡାକ୍ତର କିଭଳି ସଂକ୍ରମିତ ହେଲେ ତାହା ଆମେ ଜାଣିବାକୁ ଚେଷ୍ଟା କରୁଛୁ।

By amfnews

Related Post