Mon. Jul 27th, 2026

କରୋନା: ଇଟାଲୀରେ ଗୋଟିଏ ଦିନରେ ୬୫୧ ଜଣଙ୍କ ମୃତ୍ୟୁ

241 Views

ରୋମ୍ : ମହାମାରୀ କରୋନାରେ ରବିବାର ୬୫୧ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ଇଟାଲୀରେ ଗୋଟିଏ ଦିନରେ ଯାଇଥିଲା ୭୯୩ ଜଣଙ୍କ ଜୀବନ। ଶନିବାର ତୁଳନାରେ ରବିବାର ମୃତ୍ୟୁ ସଂଖ୍ୟା କମିଛି। ତେଣୁ ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ଇଟାଲୀବାସୀ।

ସାରା ବିଶ୍ୱରେ ଏଯାବତ ୩୧୨,୦୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩,୦୭୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏବେ ୨୦୩,୦୬୩ ଜଣ ଚିକିତ୍ସାଧୀନ ରହିଛନ୍ତି। ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୯୫,୯୮୪ ଜଣ। ୧୦୮, ୯୪୭ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

ଏଯାବତ ସାରା ଦେଶର ୧୮୮ଟି ଦେଶରେ କରୋନା ଆକ୍ରାନ୍ତ ଦେଖିବାକୁ ମିଳିଛି। ଇଟାଲୀରେ ସର୍ବାଧିକ ୪,୮୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାପରେ ଚୀନ ରହିଛି। ପ୍ରଥମେ କରୋନା ଚୀନରୁ ବ୍ୟାପିଛି। ଏଯାବତ ୩,୨୬୧ ଜଣଙ୍କର ମୃତ୍ୟୁ ଘଟିଛି। ଗତ ଶୁକ୍ରବାର ପାଖରୁ ଚୀନରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ଗତକାଲି ୬ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି ପୂର୍ବ ହାର ତୁଳନାରେ ବହୁତ୍ କମ୍।

By amfnews

Related Post