Tue. Sep 15th, 2026

କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍

294 Views

ଚେନ୍ନାଇ: କରୋନା ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍। ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ସ୍ବାବ ନମୁନା ପରୀକ୍ଷା କରାଯିବା ପ‌ରେ ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟୁଇଟ୍ କରି ଜଣାଇଛନ୍ତି। ଟୁଇଟରେ, ମୁଁ କରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଛି | ମୋର ଲକ୍ଷଣ ସାମାନ୍ୟ ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ମୁଁ ଘରେ କ୍ବାରେଣ୍ଟାଇନରେ ଅଛି | ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କୁ ମେଡିକାଲ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ଅନୁରୋଧ କରୁଛି ବୋଲି ଲେଖିଛନ୍ତି ସାଂସଦ କାର୍ତ୍ତି ଚିଦାମ୍ବରମ୍ |

କାର୍ତ୍ତି ଚିଦାମ୍ବରମଙ୍କ ପୂର୍ବରୁ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପାଇଁ ପଜିଟିଭ ପରୀକ୍ଷା କରିଥିଲେ। ତାଙ୍କ ମଧ୍ୟରେ କରୋନାର ଲକ୍ଷଣ ନଥିବା ସହ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ଚେନ୍ନାଇର କୌଭେରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଖବର ମିିଳିଛି।

By amfnews

Related Post