Wed. Jul 22nd, 2026

କରୋନାଭାଇରସ୍ ପ୍ରଭାବ: ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢ଼ିବ ନାହିଁ

209 Views

ନୂଆଦିଲ୍ଲୀ: କରୋନାଭାଇରସ୍ ମାହାମାରୀଜନିତ ଆର୍ଥିକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ନ ଦେବା ପାଇଁ ଗୁରୁବାର ଦିନ ଅର୍ଥମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ୨୦୨୦ ମସିହା ଜାନୁଆରି ୧ ତାରିଖରୁ ବକେୟା ଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ କେନ୍ଦ୍ର ସରକାରଙ୍କ ପେନସନ୍‌ଭୋଗୀଙ୍କ ମହଙ୍ଗା ରିଲିଫ୍‌ର ଅତିରିକ୍ତ କିସ୍ତି ଦିଆଯିବ ନାହିଁ ବୋଲି ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଜୁଲାଇ ୧, ୨୦୨୦ ଏବଂ ଜାନୁଆରି ୧, ୨୦୨୦ରୁ ମିଳିବାକୁ ଥିବା ‘ଡିଏ’ ଏବଂ ‘ଡିଆର୍’ର ଅତିରିକ୍ତ କିସ୍ତି ମିଳିବ ନାହିଁ।

କିନ୍ତୁ, କର୍ମଚାରୀମାନେ ଚଳିତ ହାରରେ ‘ଡିଏ’ ଏବଂ ‘ଡିଆର୍’ ପାଇ ଚାଲିବେ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ସମେତ ପରବର୍ତ୍ତୀ ଦୁଇ ବର୍ଷ ଲାଗି ବନ୍ଦ କରାଯାଇଥିବା କିସ୍ତି ୩୭, ୫୦୦ କୋଟି ଟଙ୍କା ବଞ୍ଚାଇବାରେ ସହାୟକ ହେବ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆହୁରି କହିଛି ଯେ ରାଜ୍ୟ ସରକାରମାନେ ସାଧାରଣତଃ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅନୁସରଣ କରନ୍ତି। ରାଜ୍ୟ ସରକାରମାନେ ଏହାକୁ ଅନୁସରଣ କଲେ ୮୨, ୦୦୦ କୋଟି ବଞ୍ଚାଇ ପାରିବେ। ଏହି ମିଳିତ ସଞ୍ଚୟ ଦୁଇ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧. ୨୦ କୋଟିରୁ ଅଧିକ ଅର୍ଥରାଶି ବଞ୍ଚାଇ ପାରିବ।

By amfnews

Related Post