Fri. Jul 3rd, 2026

କରଞ୍ଜିଆରେ ଲଜ୍ଜା : ସପ୍ତମ ଶ୍ରେଣୀ ଛାତ୍ରୀ ଆଠ ମାସର ଗର୍ଭବତୀ

248 Views

କରଞ୍ଜିଆ ଗୋଲେଇ , ଜାନୁଆରୀ ୨୯  : ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିବା ଓ ଏହାକୁ ନେଇ ନାନା ରାଜନୈତିକ ହଟଚମଟ ପରେ ଏବେ ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ କରଞ୍ଜିଆରେ ପୁଣି ଏମିତି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତ ହଳଦିଆ ଅଞ୍ଚଳର ଜଣେ ୧୩ ବର୍ଷର ସପ୍ତମ ଶ୍ରେଣୀ ଛାତ୍ରୀ ୮ ମାସର ଗର୍ଭବତୀ ଥିବା ଭଳି ଅଭାବନୀୟ ଘଟଣା ଘଟିଛି।

ଜନୈକ ଚାଷୀଙ୍କ ଏହି ଏକମାତ୍ର ଝିଅ ଗର୍ଭବତୀ ଥିବା ପରିବାର ଲୋକେ ଗତ ୧୫ ତାରିଖ ଜାଣିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଝିଅକୁ ପଚାରି ବୁଝିବାରୁ ସେହି ଗ୍ରାମର ଜଣେ ୨୧ ବର୍ଷର ବିବାହିତ ଯୁବକ ତାଙ୍କୁ ଘରେ କାମ କରୁଥିବା ବେଳେ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା। ଏଥିସହ ବାହାରେ କିମ୍ବା ଘର ଲୋକଙ୍କୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା।ଏହାର ସୁଯୋଗ ନେଇ ଘର ଲୋକେ ପରିବା ବ୍ୟବସାୟ ପାଇଁ ହାଟକୁ ଚାଲିଯିବା ପରେ ଅନେକ ଥର ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ କହିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post