Sun. May 17th, 2026

କମିସନରେଟ ପୁଲିସର ନୂଆ ଯୋଜନା: ଅନଲାଇନ୍‌ରେ ମିଳିବ ବନ୍ଧୁକ, ବିବାହ, ବାଣ ଲାଇସେନ୍ସ

173 Views

ଭୁବନେଶ୍ବର  : କମିସନରେଟ ପୁଲିସର ନୂଆ ଯୋଜନା। ଏଣିକି କେତେକ ନିର୍ଦିଷ୍ଟ ବିଭାଗର ଲାଇସେନ୍ସ ପାଇଁ ଆଉ ବାରମ୍ବାର ଥାନା, ଏସିପି, ଡିସିପି ଓ କମିସନରେଟ ପୁଲିସ ମୁଖ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। ଅନଲାଇନ ମାଧ୍ୟମରେ ୬ଟି ବିଭାଗ ଲାଇସେନ୍ସ ଘରେ ବସି ମିଳି ପାରି‌ବ। ସେଗୁଡ଼ିକ ହେଲା, ବନ୍ଧୁକ ଲାଇସେନ୍ସ, ବିବାହ ଶୋଭାଯାତ୍ରା ଲାଇସେନ୍ସ, ବାଣ ଲାଇସେନ୍ସ, ପଟ୍ରୋଲ ପମ୍ପ ଲାଇସେନ୍ସ ଓ ସିନେମାଟୋଗ୍ରାଫି ଲାଇସେନ୍ସ ପ୍ରମୁଖ।

ଆଜି କମିସନରେଟ ପୁଲିସ ମୁଖ୍ୟାଳୟରେ ଏ ନେଇ ଏକ ବୈଠକ ବସିଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସର ବରିଷ୍ଠ ଅଧିକାରୀମା‌‌ନେ ଯୋଗ ଦେଇଥିଲେ। ପୁଲିସ କମିସନର ସତ୍ୟଜିତ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ପାସପୋର୍ଟ ଭେରିଫିକେସନ, ଚରିତ୍ର ସାର୍ଟିଫିକେଟ ଅନଲାଇନ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା। ଏ ନେଇ ଉପରୋକ୍ତ ଲାଇସେନ୍ସ କିଭଳି ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରାଯାଇପାରିବ, ସେ ନେଇ ମାନସ ମନ୍ଥନ ହୋଇଥିଲା।

ଯଦି କମିସନରେଟ୍‌ ପୁଲିସ ପାସପୋର୍ଟ ଭେରିଫିକେସନ୍‌ କରିପାରୁଛି କାହିଁକି ଅନ୍ୟ ସେବାଗୁଡ଼ିକ ଅନ୍‌ଲାଇନ୍‌ ମଧ୍ୟରେ ଯୋଗାଇହେବ ନାହିଁ ବୋଲି ଅନେକ ବରିଷ୍ଠ ଅଧିକାରୀ ମତ ରଖିଥିଲେ। ଏହାପରେ ଉପରୋକ୍ତ ସେବାଗୁଡ଼ିକୁ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ଆଜିର ବୈଠକରେ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ଆପ୍‌ ପ୍ରଚଳନ କରାଯିବାକୁ ସ୍ଥିର ହୋଇଛି। ଯେଉଁ ଆପ୍‌ କେବଳ ପୁଲିସ କର୍ମଚାରୀମାନେ ବ୍ୟବହାର କରିବେ। ଏଭଳି ଆପ୍‌ ପୁଲିସର ତଦନ୍ତ, କେସ୍‌ ଡାଏରି ଲେଖିବା, ଚାର୍ଜସିଟ ଆଦିରେ ଅନେକ ସହଯୋଗ କରିବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

By amfnews

Related Post