Wed. Sep 2nd, 2026

କମିପାରେ ତାପମାତ୍ରା, ୨୪ ଘଂଟା ମଧ୍ୟରେ କାଳବୈଶାଖୀ

488 Views

ଅସହ୍ୟ ତାତିରେ ସାରା ଓଡ଼ିଶା ଅସ୍ତବ୍ୟସ୍ତ ହୋଇଗଲାଣି। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନି । ଡହ ଡହ ଖରାକୁ ଝାଞ୍ଜି ପବନ ବହୁଛି ।  ପ୍ରାୟ ଦୁଇ ସପ୍ତାହ ହେଲା ଲୋକ ତାତିରେ ଆଉଟୁପାଉଟୁ ହୋଇଗଲେଣି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଆଉ ୨୪ଘଣ୍ଟା ଏହିଭଳି ଅସହ୍ୟ ତାତି ଅନୁଭୂତ ହେବ। ଶନିବାର ଠାରୁ ଟିକେ ଆଶ୍ୱସ୍ତି ମିଳିବ । ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ଶନିବାର ଠାରୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ କମ୍ ତାତି ଅନୁଭୂତ ହେବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା ପ୍ରମୁଖ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ। କେତେକ ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related Post