Fri. Aug 14th, 2026

କପାଳଭାତି ପ୍ରାଣାୟମ କରିବାକୁ କଂଗ୍ରେସ ନେତାଙ୍କୁ ରାମଦେବଙ୍କ ପରାମର୍ଶ

344 Views

ନୂଆଦିଲ୍ଲୀ: କଂଗ୍ରେସ ନେତାମାନେ ବିଶେଷକରି, ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀ କପାଳଭାତି ପ୍ରାଣାୟମ କରିବା ଉଚିତ ବୋଲି ଯୋଗ ଗୁରୁ ରାମଦେବ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବିପୁଳ ସମର୍ଥନ ଏବଂ କଂଗ୍ରେସର ପରାଜୟ ସଂକ୍ରନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଲେ, ରାହୁଳ ଗାନ୍ଧୀ କମ୍‌ସେ କମ୍‌ ଓ୍ଵାୟାନାଡ଼ରୁ ଜିଣିଯିବା କଂଗ୍ରେସ ପାଇଁ ଗୋଟାଏ କୃତିତ୍ୱ। ସେ ଧ୍ୟାନଯୋଗ କରିବା ଉଚିତ। କଂଗ୍ରେସ ନେତାମାନେ କପାଳଭାତି ପ୍ରାଣାୟମ କରନ୍ତୁ।

ଧ୍ୟାନଯୋଗ ଏବଂ କପାଳଭାତି ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାନସିକ ଚାପ ହ୍ରାସ କରିବା ପାଇଁ ବିଶ୍ୱବ୍ୟାପୀ ଲୋକେ ଏହା କରୁଛନ୍ତି। ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପର ଠାରୁ କଂଗ୍ରେସରେ ମାନସିକ ଚାପ ଅତ୍ୟନ୍ତ ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ଭାରତବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ କରୁଥିବା କଥା ଦର୍ଶାଇଛନ୍ତି। ନିଜର ଦ୍ୱିତୀୟ ପାଳିରେ ସେ ଦୁର୍ନୀତି ଓ ବେକାରୀ ଆଦି ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ଲୋକେ ଆଶା କରୁଛନ୍ତି।

By amfnews

Related Post