Tue. Aug 11th, 2026

କଟାଯାଉଥିବା ୟୁକାଲିପଟସ୍‌ ଗଛ ପଡ଼ି ଟ୍ୟୁସନ୍‌ରୁ ଫେରୁଥିବା ବାଳିକା ସାଙ୍ଘାତିକ ଆହତ

407 Views

କେନ୍ଦ୍ରାପଡ଼ା: ରବିବାର ସକାଳ ପ୍ରାୟ ୯ଟା ବେଳେ କେନ୍ଦ୍ରାପଡ଼ା ସହରର ତିନିମୁହାଣି ଅଞ୍ଚଳରେ ଥିବା ଏକ ବ୍ୟାଙ୍କ୍‌ ପରିସରେ କଟାଯାଉଥିବା ଗୋଟାଏ ନୀଳଗିରିଗଛ (ୟୁକାଲିପଟସ୍‌) ପଡ଼ି ଯିବାରୁ ଜଣେ ବାଳିକା ଆହତ ହୋଇଛନ୍ତି।

ଆହତ ବାଳିକା ହେଉଛନ୍ତି ଶିଶିର ପାଲ୍‌ଙ୍କ ଝିଅ। ସେ ସାଇକେଲ୍‌ ଚଢ଼ି ଟ୍ୟୁସନ୍‌ରୁ ଫେରୁଥିବା ବେଳେ କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କ୍‌ ପରିସରରେ କଟା ଚାଲିଥିବା ୟୁକାଲିପଟସ୍‌ ଗଛଟି ହଠାତ୍‌ ତାଙ୍କ ଉପରେ ପଡ଼ିଯାଇଥିଲା। ସେ ସାଙ୍ଘାତିକ ଆହତ ହୋଇଛନ୍ତି ଏବଂ ତାଙ୍କ ସାଇକେଲ୍‌ ମଧ୍ୟ ଭାଙ୍ଗିରୁଜି ଯାଇଛି।

ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପଡ଼ିଯାଇଥିବା ଗଛଟିକୁ କାଟି ରାସ୍ତା ପରିସ୍କାର କରୁଛନ୍ତି।

By amfnews

Related Post