Wed. Jun 17th, 2026

କଟକ: ମୋମୋ ଗେମ୍‌ ନେଲା ଜୀବନ, ବେକରେ ଫାଶି ଦେଇ ଝୁଲିପଡ଼ିଲେ ଯୁବକ

280 Views

କଟକ: ବ୍ଲ୍ୟୁ ହେ୍ଵଲ ଗେମ୍‌ ପରେ ଏବେ ଦେଖାଦେଇଛି ମୋମୋ ଗେମ୍‌ ଆତଙ୍କ। ସରକାର ଏହି ଗେମ୍‌ ନ ଖେଳିବା ପାଇଁ ଯେତେ ସତର୍କତା ଓ ସଚେତନତା ସୃଷ୍ଟିକଲେ ମଧ୍ୟ ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଛାତ୍ର ଚେନ୍ନାଇ ଯାଇ ମେମୋ ଗେମ୍‌ ଯୋଗୁଁ ଆତ୍ମହତ୍ୟା କରିବା ପରେ ଆଜି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଗ୍ରାମର ଜଣେ ଯୁବକ ମେମୋ ଗେମ୍‌ ଯୋଗୁ ନିଜ ଜୀବନ ହାରି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଉମର ଗ୍ରାମର ଅଲେଖ ବେହେରାଙ୍କ ବଡ଼ ପୁଅ ଉମାକାନ୍ତ ବେହେରା(୨୫ ବର୍ଷ) ପ୍ରାୟ ଅଧିକାଂଶ ସମୟରେ ନିଜ ମୋବାଇଲ ଫୋନ ସହିତ ବିଭିନ୍ନ ଗେମ୍‌ ଖେଳି ଥାନ୍ତି। ଗତକାଲି ରାତିରେ ତାଙ୍କ ମୋବାଇଲକୁ ମୋମୋ ଗେମ୍‌ ଲିଙ୍କ ଆସଥିଲା। ଏହି ଲିିଙ୍କ ପାଇବା ପରେ ଉମାକାନ୍ତ ନିଜ ଘରୁ ଏକ ରଶି ନେଇ ଗାଁ କ୍ଲବ୍‌ ଘରେ ନିଜ ବେକରେ ଫାଶିଦେଇ ଝୁଲି ପଡ଼ିଥିବା ଗାଁ ଲୋକେ କହୁଛନ୍ତି। ମୃତ ଉମାକାନ୍ତଙ୍କ ବାପା ଅଲେଖ ବେହେରା କହିଛନ୍ତି ଯେ, ଚେନ୍ନାଇରେ କାମ କରୁଥିବା ଉମାକାନ୍ତଙ୍କର ବିଭାଘର ପାଇ ଖୋଜାଖୋଜି ଚାଲିଥିଲା। ଏଥିିପାଇଁ ସେ ଗାଁକୁ ଆସିଥିଲେ। ତେବେ ସେ ପ୍ରାୟ ସମୟ ମୋବାଇଲରେ ଗେମ୍‌ ଖେଳୁଥିବାରୁ ଏହିପରି କୌଣସି ଗେମ୍‌ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

By amfnews

Related Post