Thu. Jul 30th, 2026

କଟକ ଫାଇନାନ୍ସ କମ୍ପାନିରୁ ୧୨କୋଟି ଟଙ୍କାର ସଶସ୍ତ୍ର ଡକାୟତି

323 Views

କଟକ: କଟକରେ ଏକ ଫାଇନାନ୍ସ କମ୍ପାନିରୁ ବଡ଼ ଧରଣର ଡକାୟତି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକର ଜନଗହଳିପୂର୍ଣ୍ଣ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ୧୨କୋଟି ଟଙ୍କା ଡକାୟତି ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ଚାରିଜଣ ବନ୍ଧୁକଧାରୀ ଫାଇନାନ୍ସ କଂପାନି ଅଫିସ ଭିତରକୁ ପଶି କର୍ମଚାରୀମାନଙ୍କୁ ଭୟଭୀତ କରି ୧୨କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ବହୁ ପରିମାଣର ସୁନାଗହଣା ମଧ୍ୟ ଲୁଟ ହୋଇଥିବା କୁହାଯାଉଛି।

ଖବର ପାଇ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଅନୁଧ୍ୟାନ କରିଥିବା ଜଣାଯାଇଛି। । ସିସିଟିଭି ଫୁଟେଜ ଆଧାରରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ପୁଲିସ୍ ପଚରାଉଚୁରା କରୁଛି ।

By amfnews

Related Post