Sat. Aug 15th, 2026

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟପାଳଙ୍କ ସମୀକ୍ଷା ବୈଠକ: ଛୁଟିରେ ଥିବାରୁ ଜିଲ୍ଲାପାଳ ଅନୁପସ୍ଥିତ

232 Views

କଟକ, ଜାନୁଆରୀ ୧୮ : ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି, ତାହା ସମୀକ୍ଷା କରିବାକୁ ଶୁକ୍ରବାର ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କଟକସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉପସ୍ଥିତ ହୋଇଥିଲେ। ତାଙ୍କ ସହ ଥିଲେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ।

ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍‌ ଛୁଟିରେ ଥିବାରୁ ପୂର୍ବାହ୍ନ ୧୧;୨୦ ରୁ ଆରମ୍ଭ ହୋଇ ଦିବା ୧ଘଟିକା ଯାଏଁ ଚାଲିଥିବା ଏହି ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିଲେ। ତାଙ୍କ ପରିବର୍ତ୍ତେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଓ ହରିଶ୍ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୁକାନ୍ତ ପ୍ରଧାନ ଏହି ବୈଠକରେ ଉପସ୍ଥିତ ଥିଲେ।

ଗତ ୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ବିକାଶ ସହ ଓଡ଼ିଶାର ମଧ୍ୟ ବିକାଶ ହୋଇଛି ବୋଲି ରାଜ୍ୟପାଳ କହିଥିଲେ। ଆଗକୁ କିପରି ବିକାଶଧାର ଚାଲୁ ରହିବ ସେ ସଂକ୍ରାନ୍ତରେ ରାଜ୍ୟପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ, ଗୃହନିର୍ମାଣ, ସର୍ବଶିକ୍ଷା ଅଭିଯାନ, ଉଜ୍ଜ୍ୱଳା, ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଆଦି ସମସ୍ୟା ଉପରେ ଅଧିକ ଧ୍ୟାନ ଦେବାକୁ ସେ ସମୀକ୍ଷାରେ ଗୁରୁତ୍ୱାରୋପ କରିଥିଲେ।

By amfnews

Related Post