Sat. May 16th, 2026

କଟକ : ଆଜିଠୁ ବୋର୍ଡ କର୍ମଚାରୀଙ୍କ ଆନ୍ଦୋଳନ

240 Views

କଟକ : ହାଇସ୍କୁଲ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସାମ୍ବିଧାନିକ ଦାୟିତ୍ବ। ଏହି ଦାୟିତ୍ବକୁ ବୋର୍ଡ ହାତରୁ କାଢ଼ି ନେଇ ଟିବିପିଏମ୍‌କୁ ଦିଆଯିବାକୁ କିଛି ପ୍ରାଶାସନିକ ଅଧିକାରୀ ଚକ୍ରାନ୍ତ କରିଛନ୍ତି। ଏପରି କରାଗ‌ଲେ ବୋର୍ଡର ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ବୋର୍ଡରେ କାର୍ଯ୍ୟରତ କର୍ମଚାରୀ ଦରମା, ଅବସର କର୍ମଚା‌ରୀ ପେନ୍‌ସନ ପାଇବାରେ ସମସ୍ୟା ହେବ। ବୋର୍ଡର କୌଣସି ଏକଜିକ୍ୟୁଟିଭ୍‌ କମିଟିରେ ନିଷ୍ପତ୍ତି କରା ନ ଯାଇ ପାଠ୍ୟପୁସ୍ତକ ପ୍ରକାଶନ ଟିବିପିଏମ୍‌କୁ ଦିଆଯିବାକୁ ଚୂଡାନ୍ତ ହେବା ସଂପୂର୍ଣ୍ଣ ଅସମ୍ବିଧାନିକ ବୋଲି କହିଛି ବୋର୍ଡ ଅଫିସର୍ସ ଆସୋସିଏସନ ଓ ବୋର୍ଡ କର୍ମଚାରୀ ସଂଘ।

ଏଭଳି ନିଷ୍ପତ୍ତି ଯୋଜନାର ପ୍ରତିବାଦରେ ଉଭୟ ସଂଘ ପକ୍ଷରୁ ଆସନ୍ତାକାଲିଠାରୁ ମଧ୍ୟାହ୍ନ ଭୋଜନ ବିରତି ସମ‌ୟରେ‌ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରାଯିବ। ଆସନ୍ତା ୩୦ ତାରିଖ ମଧ୍ୟରେ କର୍ତ୍ତୃପକ୍ଷ ଦାବି ପୂରଣ ନକଲେ ଡିସେମ୍ବର ୧ ତାରିଖରେ ସଂଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଦୋଳମୁଣ୍ଡାଇସ୍ଥିତ ଜଗନ୍ନାଥ ହୋଟେଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଷ୍ଟିୟରିଂ କମିଟି ଅଧ୍ୟକ୍ଷ ଧର୍ମେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ବରେ ଅନୁ‌ଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂପାଦକ ବଂଶୀଧର ବରାଳ, ତୁଷାରକାନ୍ତ ଦାସ, ପ୍ରହଲ୍ଲାଦ ମହାନ୍ତି, ବଳରାମ ହୋତା, ଦିଲ୍ଲୀପ କୁମାର ସିଂହ, ପର୍ଶୁରାମ ବେହେରା, ପ୍ରତାପ ଦାସ, ବିଶ୍ବନାଥ ନାୟକ, ବାସୁଦେବ ନାଥ, ନବକି‌େଶାର ଲେଙ୍କା, ରଞ୍ଜିତ ଦାସ, ସୁମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post