Fri. Apr 24th, 2026

କଟକରୁ ଭୁବନେଶ୍ୱର ଆସିଲେ ଲୋକପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ଅପରାଜିତା ମହାନ୍ତି

238 Views

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କୁ ଦର୍ଶକ ଶହେରୁ ଅଧିକ ସିନେମାରେ ଦମ୍‌ଦାର୍‌ ରୋଲ୍‌ରେ ଦେଖିବାକୁ ପାଇଛନ୍ତି। ନାୟିକା ଏବଂ ଚରିତ୍ର ଅଭିନେତ୍ରୀ ଭାବେ ପରଦା ଉପରେ ନିଜର ଅଭିନୟ ଦକ୍ଷତା ବହୁବାର ପ୍ରତିପାଦିତ କରିଛନ୍ତି ଅପରାଜିତା। ଏବେ ଅପରାଜିତା ବାସ୍ତବ ଜୀବନରେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି।

ହଁ , ଆଜି ବିଜେପି ପକ୍ଷରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର (ଉତ୍ତର) ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବାନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଏହା ତାଙ୍କର ପ୍ରଥମ ଦଳ ନୁହେଁ କି ପ୍ରଥମ ନିର୍ବାଚନ ନୁହେଁ। ଗତ ୨୦୧୪ ସାଧାରଣ ନିର୍ବାଚନରେ ଅପରାଜିତା ମହାନ୍ତି କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ସେ ପରାଜିତ ହୋଇଥିଲେ। ଗତ ବର୍ଷ ଅପରାଜିତା ମହାନ୍ତି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।  ଏହି ଆସନରୁ ବିଜେପିର ଗତ ଥରର ପ୍ରାର୍ଥୀ ଦିଲୀପ ମହାନ୍ତି ଭଲ ଭୋଟ୍‌ ପାଇଥିଲେ। ଏ ଦୃଷ୍ଟିରୁ ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ଭଲ ପ୍ରଭାବ ରହିଛି ବୋଲି କୁହାଯାଇପାରେ।

ଭୁବନେଶ୍ୱର (ଉତ୍ତର) ଆସନରୁ ପ୍ରାର୍ଥୀ ଏଯାବତ୍‌ ବିଜେଡି ବା କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଅପରାଜିତା ମଇଦାନକୁ ଆସିଲେ ଏଠାରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ଅପରାଜିତା ମହାନ୍ତି କଟକରୁ ଭୁବନେଶ୍ୱର ଆସି କିଭଳି ସଫଳତା ହାସଲ କରୁଛନ୍ତି ତାହା ଦେଖିବାର କଥା।

By amfnews

Related Post