Sat. May 16th, 2026

କଟକକୁ ପୁଣି ଲେଉଟିଲା ଡେଙ୍ଗୁ

819 Views

କଟକ : ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସ˚ଖ୍ୟା ହ୍ରାସ ପାଇଥିଲେ ବି ଏବେ ଦୁଇ ଦିନ ମଧ୍ୟରେ ପୁଣି ଏହି ସ˚ଖ୍ୟା ବଢିବାରେ ଲାଗିଛି। ବୁଧବାର ସୁଦ୍ଧା ଏସ୍‌ସିବି ମେଡିକାଲ୍‌ରେ ୧୦୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ଗୁରୁତର ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ, ୧୫୫ ନମୁନା ପରୀକ୍ଷା ହୋଇଥିଲା ବେଳେ ୩୪ ନମୁନା ରିପୋର୍ଟ ପଜିଟିଭ୍‌ ବାହାରିରିଛି। ବାଲେଶ୍ବରରୁ ସର୍ବାଧିକ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହାପଛକୁ ରହିଛି କଟକ ଓ କେନ୍ଦ୍ରାପଡ଼ା। ଉଭୟ ଜିଲ୍ଲାରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଯାଜପୁରରୁ ୨, ଢେଙ୍କାନାଳ, ଗଞ୍ଜାମ, ଜଗତସି˚ହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ବାହାରିଛି। କଟକର ମାହାଙ୍ଗା, ମହୁଡ଼ା, କଟିକଟା, ବଜ୍ରକବାଟୀ, ଟାଙ୍ଗୀ, ବାରଙ୍ଗ, ଉଚ୍ଚ ସାହିରୁ ଡେଙ୍ଗୁ ଆକ୍ରାନ୍ତ ବାହାରିଥିବା ଜଣାପଡ଼ିଛି।

By amfnews

Related Post