Sat. Jun 13th, 2026

କଂଗ୍ରେସ ସାଂସଦ ଶଶୀ ଥରୁର ଏବେ ମୋଦିଙ୍କ ଫ୍ୟାନ୍!

270 Views

ନୂଆଦିଲ୍ଲୀ  :   ସପ୍ତାହକ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ପ୍ରତିଦିନ ହିନ୍ଦୀ, ଇଂରାଜୀ ବ୍ୟତୀତ ଅନ୍ୟ ଭାଷାର ଗୋଟିଏ ଶବ୍ଦ ଶିଖିବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ଭାଷା ଶିଖିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି କେରଳର ଥିରୁବନନ୍ତପୁରମ ଲୋକସଭା ଆସନର କଂଗ୍ରେସ ସାଂସଦ ଶଶି ଥରୁର।

ସେ କହିଛନ୍ତି ଏଥର ସେ ହିନ୍ଦୀ, ଇଂରାଜୀ ଏବଂ ମାଲାୟାଲମର ଏକ ଶବ୍ଦକୁ ଟୁଇଟ୍ କରିବେ। ଆଜିର ପ୍ରଥମଶବ୍ଦ ‘ବହୁଳବାଦ’ ବୋଲି ସେ ଟ୍ଵିଟ୍ କରିଛନ୍ତି। ଦେଶରେ ହିନ୍ଦୀ ଭାଷାର ଆଧିପତ୍ୟ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ଆହ୍ୱାନକୁ ଥରୁର ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଶଶୀ ଥରୁର ଏବେ ତାଙ୍କ ସ୍ତ୍ରୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଫସିଛନ୍ତି। ସେ ସୁନନ୍ଦାଙ୍କୁ ହତ୍ୟା କରିଥିବା ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଦାବି କରି କୋର୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଅନେକଥର ବିଜେପିକୁ ସମାଲୋଚନା କରିସାରିଛନ୍ତି ଥରୁର।

କିନ୍ତୁ ନିକଟରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରଥମେ ପି ଚିଦାମ୍ୱରମ ସ୍ୱାଗତ କରିଥିଲେ। ଏହାପରେ ଶଶୀ ଥରୁର ଏହାର ପ୍ରଶଂସା କରିଥିଲେ। ସେହିପରି ମୋଦି ସରକାରର ଉଜ୍ଜ୍ଵଳା ଯୋଜନାକୁ ଏକ ଭଲ ଯୋଜନା ବୋଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଥିଲେ।

ସେହିପରି ଶଶୀ ଥରୁର ମଧ୍ୟ କହିଥିଲେ ମୋଦି ଯେତେବେଳେ କିଛି ଭଲ କଥା କୁହନ୍ତି କିମ୍ବା କରନ୍ତି, ସେତେବେଳେ ତାଙ୍କୁ ପ୍ରଶଂସା କରିଵା ଉଚିତ୍। ମୋଦିଙ୍କୁ ସବୁବେଳେ ବିରୋଧ କରିବା ଦ୍ୱାରା ବିରୋଧୀ ନିଜେ ଅଧିତ କ୍ଷତିରେ ପଡ଼ୁଛନ୍ତି ବୋଲି କହି ନିଜ ଦଳକୁ ପରୋକ୍ଷରେ ସମାଲୋଚନା କରିଥିଲେ। ତାଙ୍କର ଏଭଳି ପ୍ରତିକ୍ରିୟାକୁ ନେଇ କେରଳ କଂଗ୍ରେସ ମଧ୍ୟ ତାଙ୍କୁ ଜବାବ ତଲବ କରିଥିଲା। ଅବଶ୍ୟ ଏହାପରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା କଂଗ୍ରେସ।

By amfnews

Related Post