Sat. Sep 26th, 2026

କଂଗ୍ରେସ ସହ ମେଣ୍ଟ କରିବନି ଆମ ଆଦମୀ ପାର୍ଟି

362 Views

ନୂଆଦିଲ୍ଲୀ, ଡିସେମ୍ବର ୩: ଭାଜପା ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଆମ ଆଦମୀ ପାର୍ଟି (ଆପ୍‌) ପ୍ରସ୍ତୁତ,ମାତ୍ର ଦିଲ୍ଲୀରେ କଂଗ୍ରେସ ସହିତ ମେଣ୍ଟ କରିବ ନାହିଁ ଦଳ ବୋଲି ଦିଲ୍ଲୀ ଆପ୍‌ର ସଂଯୋଜକ ଗୋପାଳ ରାୟ କହିଛନ୍ତି। ଭାଜପା ସହ ଲଢିବା ଲାଗି ଦଳ ନୂଆ ରଣନୀତି ପ୍ରସ୍ତୁତ କରୁଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ଦିଲ୍ଳୀର ସମସ୍ତ ସାତଟି ଯାକ ଲୋକସଭା ଆସନ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଥିଲା। ଆମ ଆଦମୀ ପାର୍ଟି (ଆପ୍‌)ର କୌଣସି ବି ପ୍ରାର୍ଥୀ ବିଜୟୀ ହୋଇନଥିଲେ। ଗୋପାଳ ରାୟ କହିଛନ୍ତି ଯେ ପଶ୍ଚିମୋତ୍ତର ଦିଲ୍ଲୀ ଲୋକସଭା ଆସନରେ ଏଥର ଆପ୍‌ର ପ୍ରଭାରୀ ଗଗନ ସିଂହ ପ୍ରାର୍ଥୀ ହେବେ।

କଂଗ୍ରେସ ଆପ୍‌ର ନିଷ୍ପତ୍ତିକୁ ନେଇ ଚିନ୍ତିତ ଥିବା ଜଣାଯାଇଛି। କାରଣ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମେଣ୍ଟ ନ କରି ନିର୍ବାଚନ ଲଢିଲେ, ତା’ର ଫାଇଦା ପୁଣି ଥରେ ଭାଜପାକୁ ମିଳିବ ବୋଲି କଂଗ୍ରେସ ଆଶଙ୍କା କରୁଛି।

By amfnews

Related Post