Mon. May 20th, 2024

କଂଗ୍ରେସ ମନ୍ତବ୍ୟକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା

rklsanchar@gmail.com' By J.N. Pradhan Jul 9, 2018 #Featured
117 Views

ରାଉରକେଲା, ୯/୭: ଆଜି ସମ୍ବାଦପତ୍ର ଶିରୋନାମାରେ ଜିଲା କଂଗ୍ରେସ ସଭାପତିଙ୍କ ବିଜେପି ପ୍ରତି କଟୁ ମନ୍ତବ୍ୟ ଆମ ଦୃଷ୍ଟିଗୋଚର ହୋଇଛି । ରାଉରକେଲା ବିକାଶକୁ ନେଇ କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି ଓ କିଏ ନାଟକବାଜୀ କରୁଛି, ତାହା ସହରବାସୀଙ୍କୁ ଜଣାପଡିଲାଣି । ଛୋଟକଥାକୁ ଅତିରଞ୍ଜିତ କରି ମିଥ୍ୟା ପ୍ରଚାରରେ କଂଗ୍ରେସ ସମସ୍ତଙ୍କ ସମ୍ମୁଖରେ ଦିଲ୍ଲୀ ସ୍ଥିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବାସଭବନରେ ମୁକ୍ତିକାନ୍ତଙ୍କୁ ସ୍ୱାଗତ କରିବାରେ କିମ୍ବା ଆତିଥେୟତାରେ ତିଳେମାତ୍ର ଊଣା ହୋଇନାହିଁ ।

ଜଣେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ କେତେ ସମୟ ଦରକାର ତାହା କଂଗ୍ରେସ ସଭାପତିଙ୍କୁ ନିଶ୍ଚିତ ଜଣାଥିବ । କଂଗ୍ରେସ ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିଜ ଦଳର ମହା ମହା ହସ୍ତୀଙ୍କୁ କଂଗ୍ରେସ ଭବନରେ ଏକ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରି ମଧ୍ୟ ଦକାଶ ହୋଇ ଫେରି ଆସିବାକୁ ପଡିଛି । ତାହା ଆମେ ମନେ ପକାଇ ଦେଉଛୁ । ସୁରକ୍ଷା ବଳୟ ମଧ୍ୟରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନାନାଦି କଟକଣା ଥିବା ଯୋଗୁ ତାହା ସମୟ ସାପେକ୍ଷ ।

ବ୍ରାହ୍ମଣୀ ସେତୁ କାମ ଆରମ୍ଭ ହୋଇଯାଇଥିବାରୁ ଦିଲ୍ଲୀରେ ଏତେଦିନ ଅଯଥା ଅପେକ୍ଷା ନ କରି ବରଂ ଫେରି ଆସିବାକୁ ସେଦିନ ଜୁଏଲ ବାବୁ ମୁକ୍ତିକାନ୍ତଙ୍କୁ ଉପଦେଶ ଦେଇଥିଲେ । ଆତିଥେୟତା ଓ ଉପଦେଶ ଦେବାରେ କେଉଁଠି ଦୁର୍ବ୍ୟବହାର ହେଲା ତାହା କଂଗ୍ରେସିଆଙ୍କୁ ଜଣାଥିବ । ନିଜର ଉଦ୍ଦେଶ୍ୟ ସାଧିତ ନ ହେବାରୁ ଏପରି ଅପପ୍ରଚାର । ପ୍ରଧାନମନ୍ତ୍ରୀ ମୋଦି ସହରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକ୍ଷୟରେ ଅକ୍ଷରେ ପାଳନ କରାଯାଉଛି । ଏତଦ୍ବ୍ୟତୀତ ସହରର ନବକଳେବର କିପରି ସୌନ୍ଦର୍ଯ୍ୟମୟ ହୋଇ ବିକାଶ ପଥରେ ଆଗେଇ ଚାଲିଛି ତାହା ବୋଧହୁଏ କଂଗ୍ରେସିଆଙ୍କୁ ଦେଖାଯାଉ ନାହିଁ ।

ହେମାନନ୍ଦ ବିଶ୍ୱାଳ ସୁନ୍ଦରଗଡ ସାଂସଦ ଥିବାବେଳେ ରାଉରକେଲାକୁ ରସାତଳଗାମୀ ସହ ନିଜ ଦଳର ସ୍ଥିତିକୁ ମଧ୍ୟ ନିମ୍ନଗାମୀ କରାଇଛନ୍ତି । ରାଉରକେଲା ଲୋକଙ୍କ ହିତ ଠାରୁ ସେ ବରଂ ଖୋର୍ଦ୍ଧା ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି । ରାଉରକେଲା ଲୋକମାନଙ୍କୁ ସେ ପୋକ ମାଛି ଠାରୁ ମଧ୍ୟ ହୀନ ମନେ କରନ୍ତି । କିନ୍ତୁ ଜୁଏଲ ବାବୁ କ’ଣ କରିଛନ୍ତି ତାହା ସମସ୍ତଙ୍କୁ ଜଳଜଳ କରି ଦିଶୁଛି ।

ସ୍ମାର୍ଟସିଟି, ଅମୃତ ଯୋଜନା, ପାସ୍ପୋର୍ଟ ଅଫିସ୍, ପାଞ୍ଚ ଶହ ନଳକୂପ, ଖାଲି ରାଉରକେଲାରେ ୩ଟି ଓଭର ବ୍ରିଜ୍, ପ୍ରତି ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ, କମ୍ୟୁନିଟି ସେଣ୍ଟର, ବିଜୁଳି ଇତ୍ୟାଦି ଲୋକ ହିତକର କାର୍ଯ୍ୟ ଦେଖିଲେ ତାଙ୍କ କୁହୁକ ହାତର ଛାପ ସବୁଠି ଦିଶିଯାଉଛି । ଆଖିରେ ଅନ୍ଧପୁଟୁଳି ବାନ୍ଧି ସଜ ମାଛରେ ପୋକ ପକାଇବା ନିନ୍ଦୁକମାନଙ୍କର ଗତି ସର୍ବଦା ନିମ୍ନଗାମୀ ହୋଇଥାଏ, ତାହା କଂଗ୍ରେସ ସଭାପତି ଅନ୍ତତଃ ଜାଣିବା ଉଚିତ୍ ।

Related Post