Thu. May 2nd, 2024

କଂଗ୍ରେସ ବ୍ଲକ୍ ନମ୍ବର ୯ ବୈଠକ ଅନୁଷ୍ଠିତ

rklsanchar@gmail.com' By J.N. Pradhan Jun 25, 2018 #Featured
141 Views

ରାଉରକେଲା, ୨୫/୬: ରାଉରକେଲା ଜିଲା କଂଗ୍ରେସର ବ୍ଲକ୍ ନଂ.୯ର ବୈଠକ ସେକ୍ଟର-୧୯ସ୍ଥିତ ସମଲେଶ୍ୱରୀ ବସ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜିଲା କଂଗ୍ରେସ ସଭାପତି ରବି ରାୟ ଓ କାର୍ଯ୍ୟକାରୀ ସଭାପତି ସବୀର ହୁସେନ ଯୋଗ ଦେଇଥିଲେ । ବୈଠକରେ ସରୋଜ ଲେଙ୍କା ସଭାପତିତ୍ୱ କରିଥିଲେ ।

ଏଥିରେ କିବରି ବ୍ଲକ୍ ସଙ୍ଗଠନକୁ ସୁଦୃଢ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୁଃଖ ନାୟକ, ଗଜେନ୍ଦ୍ର ତନ୍ତୀ, ବନମାଳି ବିଶୋଇ, ବିଶ୍ୱରଞ୍ଜନ ରାଉତ, ରଘୁ ପ୍ରଧାନ, ରବି ବାଗ, ସିକନ୍ଦର ବାରିକ, ଲତା ନାୟକ, ବୃନ୍ଦା ବାରିକ, ସୁମନ୍ତି ମୁଗୁରୀଙ୍କ ସମେତ ବହୁ କଂଗ୍ରେସ ପ୍ରେମୀ ଓ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ରଘୁ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Related Post