Sun. Oct 18th, 2026

କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ବନ୍ଦ

275 Views

ମାଲକାନଗିରି : ଆଜି କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି  କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବନ୍ଦ ପାଳନର ନେତୃତ୍ୱ ନେଉଛନ୍ତି । ବନ୍ଦ ପାଳନକୁ ଜିଲ୍ଲା ଆଦିବାସୀ ସଂଘ ସମର୍ଥନ କରୁଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଜିଲ୍ଲାରେ ପଡିଛି । ଗାଡି ମୋଟର ଚଳାଚଳ ବନ୍ଦ ରହିଛି।

By amfnews

Related Post