Sat. Oct 3rd, 2026

କଂଗ୍ରେସ ଦଳର ପୁନର୍ଗଠନ ଦାବିରେ ସଭାପତି ସୋନିଆ ଗାନ୍ଧିଙ୍କୁ ଚିଠି

230 Views

ନୂଆଦିଲ୍ଲୀ, ଅଗଷ୍ଟ ୨୩ :  କଂଗ୍ରେସ ଦଳରେ ପୁନର୍ଗଠନ ପାଇଁ 23 ଜଣ ବରିଷ୍ଠ ନେତା, ସିଡବ୍ଲ୍ୟୁଡିସି ସଦସ୍ୟ, ସାଂସଦ ତଥା ପୂର୍ବତନ ମନ୍ତ୍ରୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ସୋମବାର କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକରେ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଦୁଇ ସପ୍ତାହ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଏହି ଚିଠି ଲେଖାଯାଇଛି।

ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଦଳ ଚଳାଇବା ପାଇଁ ପ୍ରଭାବଶାଳୀ କେନ୍ଦ୍ରୀୟ ନେତୃତ୍ୱ ସହିତ ଏକ ସ୍ୱଚ୍ଛ କଟକଣା ରହିବା ଦରକାର । ପୁଣିଥରେ ସିଡବ୍ଲ୍ୟୁଡିସିରେ ନିର୍ବାଚନ କରିବା ଏବଂ ଦାୟିତ୍ବକୁ ପୁନଃସ୍ଥିର କରିବାକୁ ଦାବି କରାଯାଇଛି।

ସୂଚନାନୁସାରେ, ସୋନିଆ ଗାନ୍ଧୀଙ୍କୁ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ ପ୍ରଭାବଶାଳୀ କେନ୍ଦ୍ରୀୟ ନେତୃତ୍ୱ ସହିତ ଦଳକୁ ଶାସନ କରିବାର ପାଇଁ ଆବଶ୍ୟକତା ରହିଛି । ଯାହା ପାଇଁ ସିଡବ୍ଲ୍ୟୁସିର ପୁନଃ ନିର୍ବାଚନ ପାଇଁ ଦାବି କରାଯିବା ସହ ଅଦଳବଦଳ ପାଇଁ ସ୍ବର ଉତ୍ତୋଳନ କରାଯାଇଛି।

By amfnews

Related Post