Wed. Sep 9th, 2026

କଂଗ୍ରେସ ଅନ୍ତିମ ଶ୍ୱାସକ୍ରିୟା ଗଣୁଛି, ୟୁପିଏ ଏବେ ଏନପିଏରେ ପରିବର୍ତ୍ତନ ହୋଇଛି: ରାଜନାଥ

197 Views

ଗୁଣ୍ଟୁର, ଅକ୍ଟୋବର ୧୭  : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ସେ କହଛନ୍ତି, କଂଗ୍ରେସ ଏବେ ଅନ୍ତିମ ଶ୍ୱାସକ୍ରିୟା ଗଣୁଛି। ସେହିଭଳି ୟୁପିଏ ଏବେ ଏନପିଏ (ନନ୍‌ ପ୍ରଫିଟ ଏସେଟ)ରେ ପରିବର୍ତ୍ତନ ହୋଇ ସାରିଛି। କେନ୍ଦ୍ର ଗୃହମନ୍ତ୍ରୀ ତେଲୁଗୁଦେଶମ ପାର୍ଟିର କଂଗ୍ରେସ ଜାଲରୁ ବଞ୍ଚିବାକୁ ପରାମର୍ଶ ଦେଇଛନ୍ତି। ରାଜନାଥ କହିଛନ୍ତି, କଂଗ୍ରେସର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚିଛି।

ନିଜର ଭାଷଣରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତେଲୁଗୁଦେଶମ ପାର୍ଟି ନେତା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କହିବାକୁ ଚାହୁଁଛି। ଆପଣ କଂଗ୍ରେସର ଜାଲରେ ଫସିବା ଆଗରୁ ଇତିହାସ ଜାଣନ୍ତୁ। କଂଗ୍ରେସର ଜାଲରେ ଯିଏ ଫସିବ, ସେ ଯିବ।

ରାଜନାଥ ସିଂହ କହିଛନ୍ତି, କଂଗ୍ରେସ ଏବେ ଅନ୍ତିମ ଶ୍ୱାସକ୍ରିୟା କରୁଛି କିନ୍ତୁ ଚନ୍ଦ୍ରବାବୁ ଭାବୁଛନ୍ତି ଯେ, କଂଗ୍ରେସକୁ ଭେଣ୍ଟିଲେଟରରେ ରଖି ଆମେ କିଛି ସମୟର ବଞ୍ଚାଇ ରଖାଯାଇ ପାରିବ। କଂଗ୍ରେସ ଆଉ ବଞ୍ଚିବ ନାହିଁ।

By amfnews

Related Post