Sat. Aug 15th, 2026

ଔଷଧୀୟ ଓ ଶିଳ୍ପରେ ବ୍ୟବହାର ପାଇଁ ଗଞ୍ଜେଇକୁ ବୈଧ୍ୟ କରିବାକୁ ଯୋଜନା କରୁଛି ମଣିପୁର: ବୀରେନ ସିଂହ

228 Views

ଇମ୍ଫାଲ୍‌: ଔଷଧୀୟ ଓ ଶିଳ୍ପରେ ବ୍ୟବହାର ପାଇଁ ଗଞ୍ଜେଇକୁ ବୈଧ୍ୟ କରିବାକୁ ତାଙ୍କ ସରକାର ଯୋଜନା କରୁଥିବା କଥା ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ ସିଂହ କହିଛନ୍ତି। ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ପରବର୍ତ୍ତୀ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ଏବଂ ନିଷ୍ପତ୍ତି ଗ୍ରହଣ ନିମନ୍ତେ ପ୍ରସ୍ତୁତି ଚାଲିଛି। ସେ କହିଲେ ଏହି ଗଛ ଏଭଳି ପ୍ରଣାଳୀରେ ଲଗାଯିବ ଯାହା କେବଳ ମାତ୍ର ଔଷଧୀୟ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ।ହୁଇଲ୍‌ଚେୟାର୍‌ରେ ପଡ଼ିଥିବା ନିଜ ଝିଅ ସକାଶ ଗଞ୍ଜେଇ ତୈଳ ଖରିଦ କରିବା ନିମନ୍ତେ ଜଣେ ମାଆ ତାଙ୍କର ଘର ବିକ୍ରୟ କରିଥିବା ରିପୋର୍ଟକୁ ମଧ୍ୟ ବୀରେନ୍‌ ସିଂହ ଫେସ୍‌ବୁକ୍‌ରେ ସେୟାର୍‌ କରିଛନ୍ତି।

ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ଔଷଧୀୟ ବ୍ୟବହାର ନିମନ୍ତେ ଗଞ୍ଜେଇକୁ ବୈଧ୍ୟ କରିଛନ୍ତି। ଏହି ଯୋଜନାକୁ ସଫଳ କରିବାକୁ ସେ ରାଜ୍ୟର ଜନତା, ବୁଦ୍ଧିଜୀବୀ, ବେସରକାରୀ ସମାଜ ସଂଗଠନ ଏବଂ ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି। ତେବେ ଯାଇ ଆମେ ମଣିପୁରକୁ ଅର୍ଥନୈତିକ ଏବଂ ସାମାଜିକ ଭାବେ ଅଗ୍ରଣୀ ରାଜ୍ୟ କରିପାରିବୁ ବୋଲି ସେ କହିଛନ୍ତି।

By amfnews

Related Post